କନିଷ୍ଠ ଯନ୍ତ୍ରୀଙ୍କଠାରୁ ମିଳିଲା ବିପୁଳ ସମ୍ପତ୍ତ

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେଭିଜିଲାନ୍ସ ଚଢଉ ପରେ ଅନୁଗୁଳଜିଲ୍ଲା ପାଲଲହଡ଼ାର କନିଷ୍ଠ ଯନ୍ତ୍ରୀପ୍ରସନ୍ନ କୁମାର ପାଣିଙ୍କ ବିପୁଳ ସମ୍ପତ୍ତିଠାବ ହେବାରେ ଲାଗିଛି । ଚଢ଼ାଉପରେ ତାଙ୍କ ଘରୁ ନଗଦ ୩.୨୧ଲକ୍ଷ ଟଙ୍କା, ୫୧ ଲକ୍ଷ ଟଙ୍କାରୁଅଧିକ ବ୍ୟାଙ୍କ ଡିପୋଜିଟ୍ ଏବଂବୀମା ଜମା ଠାବ କରିଛି ଭିଜିଲାନ୍ସ ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳଅଭିଯୋଗରେ ପାଲଲହଡ଼ା ବିଇଓଅଫିସ୍ର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନକୁମାର ପାଣିଙ୍କ ବିଭିନ୍ନ ଠିକଣାରେବୁଧବାର ସକାଳୁ ଏକକାଳୀନଚଢ଼ଉ କରିଥିଲା ଭିଜିଲାନ୍ସ । ପ୍ରସନ୍ନକୁମାର ପାଣି ପାଲଲହଡ଼ା ବିଇଓଅଫିସରେ ବୈଷୟିକପରାମର୍ଶଦାତା ଭାବେ କାର୍ଯ୍ୟରତ ।ପ୍ରସନ୍ନଙ୍କ ଘର ଓ କାର୍ଯ୍ୟାଳୟସମେତ ଅନୁଗୁଳ, ପୁରୀ ଓଭୁବନେଶ୍ୱରରେ ଏକକାଳୀନ ୯ଟିସ୍ଥାନରେ ଚଢ଼ଉ କରିଛି ଭିଜିଲାନ୍ସ ।ପ୍ରସନ୍ନଙ୍କ ପାଲଲହଡ଼ା ବିଇଓଅଫିସ, ଉଦୟ ବିହାରରେ ଥିବାଭଡ଼ା ଘର, ରାଜଧାନୀରସୁନ୍ଦରପଦାରେ ୩୬୭ ଓ ୬୬୬ନମ୍ବର ପ୍ଲଟରେ ଥିବା ଦୁଇଟି ତିନିମହଲା କୋଠା ଘର,ସୁନ୍ଦରପଦାର ଫ୍ରେଣ୍ଡସ୍ କ୍ଲବ୍ନିକଟରେ ଥିବା ତିନି ମହଲାଘର, ହାଇଟେକ୍ ପ୍ଲାଜାରେ ଥିବାଫ୍ଲାଟ୍, ସୁନ୍ଦରପଦାରେ ଥିବା ଦୁଇସଂପର୍କୀୟଙ୍କ ଘର, ପୁରୀ ଜିଲ୍ଲାନିମାପଡ଼ାର ଅମଲାପଡ଼ାରେ ଥିବା ତିନିମହଲା କୋଠା ଘରେ ଏକକାଳୀନଚଢଉ କରିଛି ଭିଜିଲାନ୍ସ ଟିମ୍ ।

#DumaniTv # DumaniKhabar