କରୋନାର ପାଇଁ ସଂଶୋଧିତ ଗାଇଡ୍‌ଲାଇନ୍ ଜାରି

ଭୁବନେଶ୍ୱର: କରୋନାର ଦ୍ୱିତୀୟ ତରଙ୍ଗକୁ ଆଖି ଆଗରେ କରୋନା ଗାଇଡ୍‌ଲାଇନ୍‌ରେ ସଂଶୋଧନ କଲା ଭୁବନେଶ୍ୱର ମହାନଗର ନିଗମ ବା ବିଏମ୍‌ସି। ବିବାହ ଉତ୍ସବ ଓ ଶୁଦ୍ଧିକ୍ରିୟା ଗାଇଡ୍ ଲାଇନ୍‌ରେ ସଂଶୋଧନ କରାଯାଇଛି। ବିବାହ ଉତ୍ସବରେ ୧୦୦, ଶୁଦ୍ଧିକ୍ରିୟାରେ ୫୦ରୁ ଅଧିକ ଉପସ୍ଥିତ ରହିବେନି ବୋଲି ବିଏମ୍‌ସିର ପରିବର୍ତ୍ତିତ ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ଆସନ୍ତା ୨୫ ତାରିଖରୁ ସଂଶୋଧିତ ଗାଇଡ୍ ଲାଇନ୍ ଲାଗୁ ହେବ। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହି ସଂଶୋଧିତ ଗାଇଡ୍‌ଲାଇନ ବଳବତ୍ତର ରହିବ ବୋଲି ବିଏମ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।