କାଳର ରାଜା ମହାକାଳେଶ୍ୱର

କାଳର ରାଜା ମହାକାଳେଶ୍ୱର

ଡୁମାଣୀଟିଭି.୨୧/୩ : ବିଶ୍ୱର ଆରମ୍ବ ଓଂରୁ ହୋଇଛି । ଏହି ଓଂରେ ବ୍ରହ୍ମା,ବିଷ୍ଣୁ ଓ ମହେଶ୍ୱର ତ୍ରୀଶକ୍ତି ଅଛନ୍ତି । ଏହି ତ୍ରୀଶକ୍ତି ମଧ୍ୟରେ କାଳର ଦେବତା ବା ସଂହାରକର୍ତ୍ତା ଭାବେ ମହେଶ୍ୱର ବା ଶିବଶମ୍ଭ ବୋଲି ପୁରାଣରେ ବର୍ଣ୍ଣିତ ଅଛି । ମହାଦେବଙ୍କର ବିଭିନ୍ନ ରୂପ ମଧ୍ୟରେ ସବୁଠୁ ଭୟଙ୍କର , ମହାକାଳ ରୂପ । ଭଗବାନ ଶିବ ମହାକାଳ ରୂପ ଧାରଣ କରି କାଳକୁ ସଂହାର କରନ୍ତି । । ଭାରତରେ ରହିଛି ଅନେକ ମନ୍ଦିର ,ସେହି ମନ୍ଦିର ସବୁ ମଧ୍ୟରେ ରହିଛ ୧୨ଟି ଜ୍ୟୋତ୍ରିଲିଙ୍ଗ । ଏହି ସବୁ ଜ୍ୟୋତ୍ରିଲିଙ୍ଗ ମଧ୍ୟରେ ମଧ୍ୟପ୍ରଦେଶ ଉଜ୍ଜୟନୀର ମହାକାଳେଶ୍ୱର ଅନ୍ୟତମ । ସିପ୍ରା ନଦୀ କୂଳରେ ଅବସ୍ଥିତ ଏହି ମନ୍ଦିରଟି ମନ୍ତ୍ର ଶକ୍ତି ଦ୍ୱାରା ପ୍ରତିଷ୍ଠିିତ ।
ଶିବ ପୁରାଣ ମତରେ ଦିନେ ବ୍ରହ୍ମା ଓ ବିଷ୍ଣୁଙ୍କ ମଧ୍ୟରେ କିଏ ବଡ ବୋଲି ଚୁକ୍ତି ହେବାରୁ ଏକ ଅସରନ୍ତି ଖୁମ୍ବ ବାହାରିଥିଲା ଯାହାକୁ ଜ୍ୟୋତ୍ରିଲିଙ୍ଗ ବୋଲି କହନ୍ତି । ଦକ୍ଷିଣ ଆଡକୁ ମୁଖ କରିଥିବାରୁ ଏହି ମହାକାଳେଶ୍ୱର ଜ୍ୟୋତ୍ରଲିଙ୍ଗକୁ , ଦକ୍ଷିଣମୁଖ ବୋଲି କୁହାଯାଏ । ମରଠା ରାଜା ରଣଜୀ ସିନ୍ଧେ ୧୭୩୪ ମସିହା ବାଜି ରାଓଙ୍କ ପରେ ଏହି ମନ୍ଦିରକୁ ନିର୍ମାଣ କରିଥିଲେ ।

ମୁକ୍ତିର ଧାମ ମହାକାଳେଶ୍ୱରରେ ଉଜ୍ଜୟନୀର ପବିତ୍ର ମାଟିରେ ଅବସ୍ଥିତି ।

କାଳର ୨ଟିଅର୍ଥ ରହିଛି , ସମୟ ଓ ମୃତ୍ୟୁ । କୁହାଯାଏ, ଆକାଶରେ ତାରକ ଶିବଲିଙ୍ଗ ଓ ପାତାଳରେ ହାଟେକଶ୍ୱର ଶିବଲିଙ୍ଗ ଓ ପୃଥିବୀରେ ମହାକାଳଶ୍ୱର ମାନ୍ୟ ଶିବଲିଙ୍ଗ ଅଟେ । ପୁରାଣ କହେ, ଦୁଷଣ ନାମକ ଅସୁରଠୁ ଲୋକଙ୍କୁ ଉଦ୍ଧାର କରିବାକୁ ଯାଇ ମହାକାଳ ପ୍ରକଟ ହୋଇଥିଲେ । ପ୍ରତିଦିନ କ୍ଷୀର,ଦହି,ମହୁ ଆଦିରେ ସ୍ନାନ କରାଇ ବେଶ ସୃଙ୍ଗାର କରାଇବା ସହ ବିଭିନ୍ନ ମନ୍ତ୍ର ପଢି ଚିତା ଭସ୍ମର ଆରତୀ ଆରମ୍ବ ହୁଏ । କୁହାଯାଏ ଏପରି କରି ମହାକାଳଙ୍କୁ ନିଦ୍ରାରୁ ଜାଗ୍ରତ କରାଯାଏ । ବିଶ୍ୱରେ ପ୍ରଥମ ଭଗବାନ ଯାହାକୁ ଭସ୍ମ ଆରତୀ କରାଯାଏ । ଭସ୍ମ ପ୍ରିୟ ମହାକାଳ । ଏହି ଭସ୍ମ ସବୁ ବର୍ଷେ ପୂର୍ବରୁ ମଶାଣିରେ ପୋଡା ହୋଉଥିବା ଲୋକଙ୍କର ଭସ୍ମ ହୋଇଥାଏ କିନ୍ତୁ ଏବେ ଗାଇ ଗୋବର,ବେଲ,ବର,ଅମଲତାସ ଓ ବିଭିନ୍ନ ଗଛର କାଠକୁ ଜଳାଇ ତାର ଭସ୍ମକୁ ମହାକାଳଙ୍କ ପୂଜାରେ ଲାଗାଯାଉଛି । ଏହି ଚିତାଭସ୍ମ ଆରତୀ ଦେଖିବାକୁ ବହୁ ଲୋକଙ୍କର ଭିଡ ଜମେ । ଭସ୍ମ ଆରତୀ ପରେ ଉଜ୍ଜୟନର ଏକମାତ୍ର ରାଜା ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ମହାକାଳ । କୁହାଯାଏ ରାଜା ବିକ୍ରମାଦିତ୍ୟଙ୍କ ପରେ ଠୋରେ କୌଣସି ରାଜା ରାତିରେ ରୁହନ୍ତି ନାହି । ଶ୍ରାବଣ ମାସର ପ୍ରତି ସୋମବାରରେ ରାଜ୍ୟ ପରିକ୍ରମରେ ବୁଲନ୍ତି ମହାକାଳେଶ୍ୱର । ମହାଶିବରାତୀରେ ଶିବମୟ ହେଉଥିବା ମହାକାଳେଶ୍ୱର ରେ ଶିବ ବିବାହରେ ସାରା ରାଜ୍ୟ ବାସୀ ଯୋଡି ହୁଅନ୍ତି । ପ୍ରତି ସୋମବାରରେ ଦିନ ଆରତୀ ହେବା ସହ ଚିତା ଭସ୍ମ ଓ ମାର୍ଜନା କରାଯାଏ । ଆସନ୍ତୁ ଏହି ମହାକାଳଙ୍କୁ ଆଜିର ଏହି ପବିତ୍ର ସୋମବାରରରେ ଦର୍ଶନ କରି ନିଜର ମନସ୍କାମନାକୁ ପୂର୍ଣ୍ଣ କରିବା ।

କାଳର ରାଜା ମହାକାଳେଶ୍ୱର
#dumani tv#india temple#madhya pradesh#MAHAKAL#mahakaleshwar jyitirlinga#ODISHA#siva temple#ujjain