ନୂଆଦିଲ୍ଲୀ,୨ା୧୧ : ଚଳିତ ବର୍ଷସେପ୍ଟେମ୍ବର ୩୦ ସୁଦ୍ଧା କେତେ ·ନ୍ଦାଆଦାୟ କରିଛନ୍ତି ରାଜନୈତିକ ଦଳ ।ନିର୍ବାଚନ କମିଶନ ଏହାର ସମସ୍ତ ତଥ୍ୟ
ଦିଅନ୍ତୁ । ଇଲେକ୍ଟୋରାଲ ବଣ୍ଡ ସ୍କିମ ମାମଲାରଶୁଣାଣି କରି ଏଭଳି କିଛି ନିଦେ୍ର୍ଦଶ ଦେଇଛନ୍ତିସୁପ୍ରିମକୋର୍ଟ । ଇଲେକ୍ଟୋରାଲ ବଣ୍ଡରୁରାଜନୈତିକ ·ନ୍ଦାକୁ ନେଇ ସୁପ୍ରିମକୋର୍ଟ
ନିର୍ବାଚନ କମିଶନଙ୍କୁ ରିପୋର୍ଟ ମାଗିଛନ୍ତି ।୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧା କେଉଁଦଳକୁ କେତେ ·ନ୍ଦା ମଳିଛି । କିଏ କେତେଟଙ୍କା ଆଦାୟ କରିଛନ୍ତି । ସେ ସବୁର
ରିପୋର୍ଟ ନିର୍ବାଚନ କମିଶନ ଦିଅନ୍ତୁ ବୋଲିସର୍ବୋଚ୍ଚ ଅଦାଲତ କହିଛନ୍ତି । ଯଦିଆବଶ୍ୟକ ପଡେ ଡାଟା ସଂଗ୍ରହ କରିବାପାଇଁ ଆପଣ ଷ୍ଟେଟ୍ ବ୍ୟାଙ୍କ ଠାରୁ ତଥ୍ୟ
ନେଇପାରିବେ ବୋଲି ସିଜେଆଇ କହିଛନ୍ତି ।୨୦୧୯ରେ ଏକ ନିଦେ୍ର୍ଦଶ ପାରିତହୋଇଥିଲା । ନିର୍ବାଚନ ବଣ୍ଡ ମାଧ୍ୟମରେ ଫଣ୍ଡନେଉଥିବା ସମସ୍ତ ରାଜନୈତିକ ଦଳଙ୍କର
ପୂରା ତଥ୍ୟ ନିର୍ବାଚନ କମିଶନକଙ୍କୁ ଦେବାକୁକୁହାଯାଇଥିଲା । ତେବେ ନିଦେ୍ର୍ଦଶ ମିଳିବାସତ୍ତ୍ୱେ ବି ୨୦୧୯ ପରଠାରୁ ଏ ବାବଦରେକୌଣସି ଡାଟା କାହିଁକି
ଦିଆଯାଇନାହିଁ ବୋଲି ଇସିଙ୍କୁ କୋର୍ଟ ପ୍ରଶ୍ନ କରିଛନ୍ତି । ଆପଣଙ୍କ ପାଖରେ୨୦୨୩ ଯାଏଁ ସମସ୍ତ ଡାଟା ରହିବା ଆବଶ୍ୟକ ବୋଲି ଜଷ୍ଟିସ ସଞ୍ଜିବ
ଖନ୍ନା କହିଛନ୍ତି । ପ୍ରଧାନ ବି·ରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ସଞ୍ଜୀବଖନ୍ନା, ଜଷ୍ଟିସ ବିଆର୍ ଗୱଇ, ଜଷ୍ଟିସ ଜେବି ପାରଦିବାଲା ଓ ଜଷ୍ଟିସ ମୋନଜମିଶ୍ରାଙ୍କ ଖଣ୍ଡପୀଠ ଆଜି ଏହି ମାମଲର ଶୁଣାଣି କରିଛନ୍ତି । ଇଲେକ୍ଟ୍ରୋରାଲବଣ୍ଡ ସ୍କିମ ମାମଲାରେ ୪ଟି ଆବେଦନ ଦାଖଲ ହୋଇଛି । ଏଥିରେ କଂଗ୍ରେସନେତା ଜୟା ଠାକୁର ଓ ସିପିଏମ୍ର ପିଟିସନଗୁଡିକ ମଧ୍ୟ ସାମିଲ ଅଛି ।
୨୦୧୭ ବଜେଟରେ ତକ୍ରାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଇଲେକ୍ଟ୍ରୋରାଲବଣ୍ଡ ସ୍କିମ୍ ପ୍ରଣୟନ କରିଥିଲେ । ୨୯ଜାନୁୟାରୀ ୨୦୧୮ରେ କେନ୍ଦ୍ରସରକାର ଏହାର ବିଜ୍ଞାପ୍ତି ଜାରି କରିଥିଲେ । ଏହା ଏକ ପ୍ରକାର ପ୍ରୋମିସରୀନୋଟ୍, ଯାହାକୁ ବ୍ୟାଙ୍କ ନୋଟ୍ ମଧ୍ୟ କୁହାଯାଏ । ଯେକୌଣସି ଭାରତୀୟନାଗରିକ କିମ୍ବା କମ୍ପାନୀ ଏହାକୁ କିଣି ପାରିବେ । ଯଦି ଆପଣ ଏହାକୁ କିଣିବାକୁ
·ହାଁନ୍ତି, ତେବେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମନୋନୀତ ଶାଖାରୁ ଆପଣଏହାକୁ ପାଇପାରିବେ । କ୍ରେତା ଏହି ବଣ୍ଡକୁ ନିଜ ପସନ୍ଦର ରାଜନୈତିକଦଳକୁ ଦାନ କରିପାରିବେ ।