ଡୁମାଣୀ ଟିଭି ,୩୦/୩ : କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। ବଢ଼ିଲା ପ୍ରତିଶତ ମହଙ୍ଗା ଭତ୍ତା। ଆଜି କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବଢ଼ିଛି। ବୁଧବାର କ୍ୟାବିନେଟ୍ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍ସନ୍ଭୋଗୀଙ୍କ ମହଙ୍ଗା ଭତ୍ତା (Dearness Allowance) କୁ ୩ ପ୍ରତିଶତ ବଢ଼ାଇବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବା ପୂର୍ବରୁ କର୍ମଚାରୀଙ୍କ ଡିଏ ୩୧ %ରୁ ବଢ଼ି ୩୪% ହୋଇଯିବ।
AICPI-IW ର ଡିସେମ୍ବର ତଥ୍ୟ ଆସିବା ପରଠାରୁ ହିଁ କର୍ମଚାରୀମାନେ ୩ % DA ବଢ଼ିବା ଘୋଷଣା ଶୁଣିବାକୁ ଅପେକ୍ଷା କରିଥିଲେ। ଆଜି କ୍ୟାବିନେଟ୍ ବୈଠକରେ ୩% ମହଙ୍ଗା ଭତ୍ତା ବଢ଼ିଥିବା ନେଇ ଘୋଷଣା ହୋଇଛି। କର୍ମଚାରୀଙ୍କୁ ମାର୍ଚ୍ଚ ମାସର ଦରମା ସହ ନୂଆ ଡିଏ ଆକାଉଣ୍ଟରେ କ୍ରେଡିଟ୍ କରି ଦିଆଯିବ। ଏବେ କର୍ମଚାରୀ ଓ ପେନ୍ସନ୍ ଭୋଗୀଙ୍କୁ ୩୪ % ହିସାବରେ ମହଙ୍ଗା ଭତ୍ତା ମିଳିବ।