କୋଟି କୋଟି ଟଙ୍କା ବିନିମୟରେ ଖତ ଖାଉଛି ନବ ନିର୍ମିତ ଅତ୍ୟାଧୁନିକ ଗୋପାଳପୁର ବସଷ୍ଟାଣ୍ଡ

ଗଞ୍ଜାମ ଜିଲ୍ଲା ଗୋପାଳପୁରରେ କୋଟି କୋଟି ଟଙ୍କା ବିନିମୟରେ ଖତ ଖାଉଛି ନବ ନିର୍ମିତ ଅତ୍ୟାଧୁନିକ ବସଷ୍ଟାଣ୍ଡ । ହେଲେ ଏହି ବସଷ୍ଟାଣ୍ଡଟିରେ ସନ୍ଧ୍ୟା ହେଲା ମଦ୍ୟପ ଏବଂ ଅସାମାଜିକଙ୍କ ଆଢାସ୍ତଳି ପାଲଟୁଥିବା ଜଣାପଡ଼ୁଛି ।ଗୋପାଳପୁର ବସଷ୍ଟାଣ୍ଡଟି ୨୦୧୬ ମସିହାରେ ବିଜୁପଟନାୟକଙ୍କ ୮୦ ତମ ଜୟନ୍ତୀ ଅବସରରେ ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ବସଷ୍ଟାଣ୍ଡ ନିକଟରେ ପହଞ୍ଚି ମହା ଆଡ଼ମ୍ବରରେ ଉଦଘାଟନ କରାଯାଇଥିଲା। ହେଲେ ଉଦଘାଟନ ଦିନଠାରୁ ଆଜିକୁ ୭ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ବସଷ୍ଟାଣ୍ଡଟି ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହେବାର ନାଁ ନଥିବା ବେଳେ ସନ୍ଧ୍ୟା ହେଲେ ଏହି ସ୍ଥାନରେ ଅସାମାଜିକ ଓ ମଦ୍ୟପଙ୍କ ଆଢା ଜମୁଛି। ଗୋପାଳପୁର ଦକ୍ଷିଣ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହୋଇଥିବା ବେଳେ ଏଠାକୁ ପ୍ରତିଦିନ ବେଳାଭୂମିରେ ସମୟ ଅତିବାହିତ କରିବା ନିମନ୍ତେ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଆସିଥାନ୍ତି ହେଲେ ଏଠାରେ ୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଅତ୍ୟାଧୁନିକ ନୂଆଁ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇନଥିବାରୁ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ଖରା ଓ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ଆହାର କେନ୍ଦ୍ର ବାରଣ୍ଡାରେ ଆଶ୍ରୟ ନେଇଥାନ୍ତି। ଜାହାରି ଫଳରେ ପର୍ଯ୍ୟଟକ ବହୁ ଅସନ୍ତୋଷ ପ୍ରକାଶ କରିବା ସହ ଏଠାରୁ ମୁହଁ ଫେରାଉଥିବା ଜଣାପଡ଼ୁଥିବା ବେଳେ ଗୋପାଳପୁର ବସଷ୍ଟାଣ୍ଡଟି ବିଭିନ୍ନ ସମୟରେ ପାର୍କିଂ ପରି ମଧ୍ୟ ବ୍ୟବହାର କରାଯାଉଥିବା ବେଳେ ୨୦୨୦ ଠାରୁ ୨୦୨୧ ପର୍ଯ୍ୟଟନ୍ତ NAC କାର୍ଯ୍ୟାଳୟ ଭାବେ ବ୍ୟବହାର କରାଯାଇଥିଲା ।