କୋର୍ଟରେ ହାଜର ହେଲେ ଡିବ୍ରଦର୍ସ

ଡୁମାଣୀ ଟିଭି,୧୨/୪:କୋର୍ଟରେ ହାଜର ହେଲେ ଡିବ୍ରଦର୍ସ । କଟକ ଜିଲ୍ଲା କୋର୍ଟରେ ହାଜର ହେଲେ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ । ଦୀପୁ ମଲ୍ଲିକ ଏବଂ ଓମ୍ ସ୍ବାଇଁ ହତ୍ୟା ଘଟଣାରେ ସାକ୍ଷ୍ୟ ଗ୍ରହଣ ପାଇଁ ଦୁଇ ଭାଇଙ୍କୁ କୋର୍ଟ ହାଜର କରିଛି ପୋଲିସ ।

ଖବର ଅନୁଯାୟୀ, ୨୦୧୩ମସିହା ନଭେମ୍ବର ମାସରେ ଦୀପୁ ଏବଂ ଓମଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା।ଏହି ହତ୍ୟା ଘଟଣାରେ ଧଳ ଭ୍ରାତା ମୁଖ୍ୟ ଅଭିଯୁକ୍ତ ଵୋଲି ପୋଲିସ ଦର୍ଶାଇଥିଲା। ତେଣୁ ତଦନ୍ତକାରୀ ଅଧିକାରୀ ଇନିସପେକ୍ଟର ରଶ୍ମୀ ମହାପାତ୍ର ଏହି ମାମଲାରେ ସାକ୍ଷ୍ୟ ପ୍ରଦାନ ପାଇଁ ମଙ୍ଗଳବାର କୋର୍ଟ ହାଜର ହୋଇଛନ୍ତି। ତେଵେ ପ୍ରତିପକ୍ଷ ଓକିଲ ଏହି ମାମଲାର କେସ୍ ରେକର୍ଡ ଅଦାଲତରେ ଦାଖଲ ପାଇଁ ନିଵେଦନ କରିଥିଲେ। ତେଣୁ ଆଜି ଅଦାଲତ ଏହି ହତ୍ୟା ଘଟଣାର କେସ୍ ରେକର୍ଡ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ମାମଲାର ପୁଣି ଶୁଣାଣି ହେଵା ସହ ସାକ୍ଷ୍ୟ ଗ୍ରହଣ ହେଵ।

#CRIME NEWS#cuttack high court#dbrothers#DUMANITV#INDIA#ODISHA#susant dhala samanta#susil dhala samanta