ଭୁବନେଶ୍ୱର, (ଡିକେନୁ୍ୟଜ୍): “ମୋ ବସ୍’ସେବା ଯୋଗାଉଥିବାକ୍ୟାପିଟାଲ ରିଜିଅନ୍ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍) ସଫଳତାରପାହାଚ ଚଢିବା ସହିତ
ପୁଣି ଜାତୀୟ ପୁରସ୍କାରହାତେଇଛି । ସର୍ବୋତ୍ତମନଗର ପରିବହନପ୍ରକଳ୍ପ କାର୍ଯ୍ୟକାରୀକରିବା କ୍ଷେତ୍ରରେକ୍ରୁଟକୁ ୫ମ ଥର ପାଇଁଏହି ଜାତୀୟ ଉକ୍ରର୍ଷ
ପୁରସ୍କାର ମିଳିଛି । ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟଦ୍ୱାରା ଆୟୋଜିତ ୧୬ତମ ଅର୍ବାନ ମୋବିଲିଟି ଇଣ୍ଡିଆନ୍ କନଫରେନ୍ସ
ସମ୍ମିଳନୀରେ ପୁରସ୍କୃତ କରାଯାଇଛି । ସଠିକ ପରି·ଳନା, ସରକାରୀସବସିଡି କମ୍ କରିବା ଓ ଯାତ୍ରୀଙ୍କ ସଂଖ୍ୟାକୁ ବୃଦ୍ଧି କରିବା ଦିଗରେ ସଫଳତା
ପାଇଛି । ସମୟାନୁସାରେ ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ “କ୍ରୁଟ’ସେବାକୁ ଆହୁରି ତ୍ୱରାନ୍ୱିତ କରିଛି । ରାଜ୍ୟର ସହରାଞ୍ଚଳ ପରିବହନ
କ୍ଷେତ୍ରରେ କ୍ରୁଟ ଅନନ୍ୟ ଭୂମିକା ଗ୍ରହଣ କରିଛି । ପ୍ରତ୍ୟେକ ପଦକ୍ଷେପରେ”ଦି ୱେ ୱି ମୁଭ୍’ (ଆମେ ଯେଉଁ ଭାବରେ ଗତି କରୁ)କୁ ପୁନଃ ବ୍ୟାଖ୍ୟା
କରି କ୍ରୁଟ ଏହାର ସମସ୍ତ ଯାତ୍ରୀଙ୍କୁ “ରାଇଡ୍ ୱିଥ୍ ପ୍ରାଇଡ୍ ବା ଗର୍ବରସହିତ ଯାତ୍ରା’କୁ ନିଶ୍ଚିତ କରି ଦେଶର ଗଣପରିବହନ ସେବା
ପ୍ରଦାନକାରୀଙ୍କ ପାଇଁ ଏକ ମାନଦଣ୍ଡ ସ୍ଥିର କରିବାରେ ସଫଳ ହୋଇଛି ।ମୋ ଇ-ରାଇଡ୍ ଏବଂ ଇ-ବସ୍ ଯାତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହୋଇଛି ।