ଡୁମାଣୀ ଟିଭି ,୧୭/୩ : ଗ୍ରୀଷ୍ମର ପ୍ରଭାବରେ ଏବେ ସାରା ଦୁନିଆରେ ଅସହ୍ୟ ଖରା ସାଙ୍ଗକୁ ସୂର୍ଯ୍ୟଙ୍କୁ ପ୍ରଖର ଶକ୍ତିରେ ବିଚଳିତ ହୋଇ ଗଲେଣି ଲୋକ । ସାଧାରଣ ଲୋକ ମାନଙ୍କର ଘରୁ ବାହାରିବା ଏବେ ମୁସକିଲ ହେଲାଣି । ଏହି ଅସହ୍ୟ ଖରା ସାଙ୍ଗଙ୍କୁ ଖରା ଦିନିଆ ଖାଦ୍ୟର ଚାହିଦା ବଢିବାରେ ଲାଗିଲାଣି ।
କାକୁଡି ,ତରଭୁଜ , ଆଖୁରସ,ପଖାଳ ଭାତ, ବିଭିନ୍ନ ପ୍ରକାରର ଘରୋଇ ଖାଦ୍ୟ ଲୋକଙ୍କୁ ଆକୃଷ୍ଟ କରିଥାଏ ।
ଇତି ମଧରେ ତରଭୁଜର ଚାହିଦା ମଧ୍ୟ ବଢିବାର ଲାଗିଛି । ବଜାରରେ ଗ୍ରାହକଙ୍କୁ ଆକୃଷ୍ଟ କରୁଛି ରଙ୍ଗ ବେରଙ୍ଗର ତରଭୁଜ । ନାଲି,ହଳଦିଆ କଲରର ତରଭୁଜକୁ ଦେଖି ଖାଦ୍ୟ ପ୍ରେମୀଙ୍କ ମଧ୍ୟରେ ସହି ହଳଦିଆ ରଙ୍ଗର ତରଭୁଜକୁ ଖାଇବାକୁ ଆଗ୍ରହ ବଢିବାରେ ଲାଗିଛି ।
ଛୋଟ ପିଲା ମାନେ ମଧ୍ୟ ହଳଦିଆ ରଙ୍ଗର ତରଭୁଜ ଖାଇବାକୁ ବେଶ୍ ପସନ୍ଦ କରୁଛନ୍ତି । ଏହାର ଚାହିଦା ବଢିବା ସହ ଏହାର ଦର ମଧ୍ୟ କିଲୋ ପିଛା ୪୦ ରୁ ୪୫ ଟଙ୍କା ମଧ୍ୟରେ ରହିଛି । ଦର କମ୍ ରହିବା ସହିତ ସ୍ୱାଦ ମଧ୍ୟ ଭଲ ରହିଛି । ଖରାଦିନିଆ ଏକ ଭଲ ଓ ସ୍ୱାସ୍ଥ୍ୟ ପାଇଁ ହିତକାରକ ଏହି ହଳଦିଆ ତରଭୁଜକୁ ଗ୍ରାହକ ମାନେ ବେଶ୍ ପସନ୍ଦ କରୁଛନ୍ତି ।