ଖୁବ ଶୀଘ୍ର ପରଦାକୁ ଫେରିବ ହେରାଫେରି ର ପାର୍ଟ ୩

ମୁମ୍ବାଇ ,୨୪/୦୬: ବହୁ ଚର୍ଚ୍ଚିତ ହେରାଫେରି ର ପାର୍ଟ ୩ ଖୁବ୍ ଶୀଘ୍ର ପ୍ରେକ୍ଷାଳୟ କୁ ଆସିବାକୁ ଯାଉଛି । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର, ସୁନୀଲ ଶେଟ୍ଟୀ ଏବଂ ପରେଶ ରାୱଲଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଫିଲ୍ମ ନିର୍ମାତା ନିଶ୍ଚିତ କରିଛନ୍ତି। ୨୦୦୦ ମସିହାରେ ରିଲିଜ୍ ହୋଇଥିଲା ‘ହେରାଫେରି ‘ ୨୦୦୬ ରେ ଏହି ଚଳଚ୍ଚିତ୍ରର ସିକ୍ୱେଲ, ଏହି ଉଭୟ ଚଳଚ୍ଚିତ୍ରକୁ ଦର୍ଶକ ବେସ୍ ପସନ୍ଦ କରିଥିଲେ । ଚଳଚ୍ଚିତ୍ରର ପାର୍ଟ ୩ କୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ହେଉଥିଲା କିନ୍ତୁ ବର୍ତ୍ତମାନ ଫିରୋଜ ସ୍ପଷ୍ଟ କରିଛନ୍ତି ଯେ ପାର୍ଟ ୩ ପ୍ରସ୍ତୁତ ହେବାକୁ ଯାଉଛି । ଫିଲ୍ମର କାହାଣୀ ଏତେ ମଜାଳିଆ ଯେ ଏହାର ମେମ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥାଏ । ‘ହେରା ଫେରି’ର ପ୍ରଥମ ଭାଗରେ ଏବଂ ପରେ ଦ୍ୱିତୀୟ ଭାଗ ବର୍ତ୍ତମାନ ଏହି ଫିଲ୍ମର ତୃତୀୟ ଭାଗରେ ମଧ୍ୟ ମଜାଳିଆ ଢଙ୍ଗରେ ଦେଖିବାକୁ ମିଳିବ। ଦର୍ଶକମାନେ ମୂଳ କାଷ୍ଟ ଅକ୍ଷୟ କୁମାର, ସୁନୀଲ ଶେଟ୍ଟୀ ଏବଂ ପରେଶ ରାୱଲଙ୍କ ସହ ‘ହେରା ଫେରି’ ଦେଖିବାକୁ ପାଇବେ ବୋଲି ପ୍ରକାଶ କରିଛନ୍ତି। ନିର୍ମାତା କହିଛନ୍ତି ଯେ ଆମେ ବର୍ତ୍ତମାନ ସ୍କ୍ରିପ୍ଟ ଉପରେ କାମ କରୁଛୁ । ଖୁବ୍ ଶୀଘ୍ର ‘ହେରା ଫେରି’ ର ଅଫିସିଆଲ୍ ଘୋଷଣା କରାଯିବ । ଏହା ଗତଥର ପରି ସମାନ କାହାଣୀ ହେବ, ଅତୀତର ସଫଳତାକୁ ହାଲୁକା ଭାବରେ ଗ୍ରହଣ କରିପାରିବୁ ନାହିଁ, ତେଣୁ ବିଷୟବସ୍ତୁ, କାହାଣୀ, ସ୍କ୍ରିନ୍ ସ୍କ୍ରିପ୍ଟ, ଚରିତ୍ର ଦୃଷ୍ଟିରୁ ଆମକୁ ଟିକେ ଅଧିକ ଯତ୍ନବାନ ହେବାକୁ ପଡିବ । ଏଥିପାଇଁ ଆମେ କାହା ସହ ଆଲୋଚନା କରୁଛୁ, ଏହା ଶୀଘ୍ର ଘୋଷଣା କରାଯିବ ।