ଗୋପାଳପୁରର ଅର୍ପଣ ରଥକୁ ସ୍ୱାଗତ

ବ୍ରହ୍ମପୁର, ପୁରୀ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ତଥା ଲୋକାର୍ପଣ ଉତ୍ସବ ପରିପ୍ରେକ୍ଷୀରେ ଚାଉଳ ଓ ଗୁଆ ଅର୍ପଣ ପାଇଁ ଆୟୋଜିତ ଅର୍ପଣ ରଥକୁ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକର ଚନ୍ଦପୁରୁ, ରଣ୍ଡା, ମାନ୍ଦରାଜପୁରୁ, ରାମଚନ୍ଦ୍ରପୁରୁ, କମଳାପୁରୁ ଓ କରାପଲ୍ଲୀ ଗ୍ରାମ ଗୁଡିକରେ ପ୍ରଦୀପ ପ୍ରଜ୍ୱଳନ କରି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପୂର୍ବକ ଚାଉଳ ଓ ଗୁଆ ଅର୍ପଣକରାଯାଉଛି । ସାରା ପୁରପଲ୍ଲୀ ତଥା ଗ୍ରାମରେ ଜୟ ଜୟ ଜଗନ୍ନାଥ ଧ୍ୱନିର ପ୍ରକମ୍ପିତ ହୋଇ ଭାବମୟ ପରିବେଶ ସୃଷ୍ଟି କରୁଛି । ମହାପ୍ରଭୁଙ୍କ ପାଇଁ ଉଦ୍ଧିଷ୍ଟ ଅର୍ପଣ ରଥ ପ୍ରତେକ ଗ୍ରାମର ପ୍ରତି ଘରର ମା’ ଭଉଣୀମାନେ ନିଜନିଜ ଘର ଆଗରେ ପ୍ରଦୀପ ପ୍ରଜ୍ୱଳନ କରି ଗୁଆ ଓ ଚାଉଳ ଅର୍ପଣ କରୁଛନ୍ତି । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମାନ୍ୟବର ବ୍ରହ୍ମୁର ସାଂସଦ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ବ୍ରହ୍ମୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ଉପମେୟର ବିବେକ ରେ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଉପାଧ୍ୟକ୍ଷା, ସଦସ୍ୟ, ସଦସ୍ୟା ବହୁ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ସ୍ଥାନୀୟ ବିଜେଡି ନେତୃବୃନ୍ଦ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭକ୍ତଗଣଙ୍କ ସମାରୋହରେ ସମାହିତ ହୋଇ ଭାବମୟ ପରିବେଶରେ ଗ୍ରାମ ଗଳି କନ୍ଦିରେ ଗଡିଚାଲିଛି ଅର୍ପଣ ରଥ ।

#Gopalapur#ApradhanRath#dumanikhabar#odisha