ଭୁବନେଶ୍ୱର: ରପ୍ତାନିକୁ ନିରୁତ୍ସାହିତକରିବା ଏବଂ ଘରୋଇ ବଜାରରେଉପଲବ୍ଧତା ବଜାୟ ରଖିବା ପାଇଁ
୨୯ ଅକ୍ଟୋବର୨୦୨୩ ରୁ ୩୧ଡିସେମ୍ବର୨୦୨୩ ପର୍ଯ୍ୟନ୍ତ ପିଆଜଉପରେ ସର୍ବନିମ୍ନ ରପ୍ତାନି ମୂଲ୍ୟ ଟନ୍
ପ୍ରତି ୮୦୦ ଆମେରିକୀୟ ଡଲାରଲାଗୁ କରିବାକୁ ଭାରତ ସରକାରଙ୍କନିଷ୍ପତ୍ତି ମହାରାଷ୍ଟ୍ର ବଜାରରେ ମୂଲ୍ୟ
ସଂଶୋଧନର ତୁରନ୍ତ ପ୍ରଭାବଦେଖାଇଛି, ଯେଉଁଠାରେ ମୂଲ୍ୟ ଗତସପ୍ତାହରେ ଧାର୍ଯ୍ୟ ସର୍ବୋଚ୍ଚ ମୂଲ୍ୟଠାରୁ
୫% ରୁ ୯% ହ୍ରାସ ପାଇଛି ।ମହାରାଷ୍ଟ୍ରରେ ସମସ୍ତ ବଜାରରେପିଆଜର ହାରାହାରି ମୂଲ୍ୟ ୪.୫%
ହ୍ରାସ ପାଇଛି ଏବଂ ବିକ୍ରୟ କେନ୍ଦ୍ରରେମଧ୍ୟ ସମାନ ହ୍ରାସ ପରିଲକ୍ଷିତହୋଇଛି । ଖାଉଟି ବ୍ୟାପାର ବିଭାଗ
ପିଆଜ ରପ୍ତାନି ଏବଂ ଦର ଉପରେପ୍ରତିଦିନ ନଜର ରଖିଛି ଯାହା ଦ୍ୱାରାଘରୋଇ ମୂଲ୍ୟରେ ସ୍ଥିରତା ଏବଂ
ଉପଭୋକ୍ତାଙ୍କୁ ଉପଲବ୍ଧତା ସୁନିଶ୍ଚିତହେବ । ନଭେମ୍ବର ମାସରେ ବଢୁଥିବାଚାହିଦାକୁ ଦୃଷ୍ଟିରେ ରଖି ବିଭାଗ
ପକ୍ଷରୁ ପିଆଜ ବଫର ଷ୍ଟକକୁ ଉଭୟମଣ୍ଡି ବିକ୍ରି ଓ ରିହାତି ବିକ୍ରୟ ମାଧ୍ୟମରେଖୁଚୁରା ଉପଭୋକ୍ତାଙ୍କୁ ଅଧିକ
ମୂଲ୍ୟରେ ବଜାରକୁ ଛାଡିବା ଆରମ୍ଭକରିଛି ।ଏଥିରେ ୧୭୦ରୁ ଅଧିକସହରକୁ ଅନ୍ତର୍ଭୁକ୍ତ କରି ୬୮୫ଟି
ଭ୍ରାମ୍ୟମାଣ ଖୁଚୁରା ବିକ୍ରୟକେନ୍ଦ୍ରମାଧ୍ୟମରେ ବିକ୍ରି କରାଯାଉଛି । ପିଆଜଦରକୁ ନିୟନ୍ତ୍ରଣରେ ରଖିବା ଏବଂ
ଉପଭୋକ୍ତାଙ୍କ ସ୍ୱାର୍ଥକୁ ସୁରକ୍ଷିତରଖିବା ପାଇଁ ନାଫେଡ୍ ଏବଂଏନସିସିଏଫ ମଧ୍ୟ ଖରିଫ ଅମଳର
ଅତିରିକ୍ତ ୨ ଲକ୍ଷ ମେଟ୍ରିକ ଟନ୍ପିଆଜ କିଣିବା ଆରମ୍ଭ କରିଛନ୍ତି ।