ଚର୍ଚ୍ଚାରେ କାଶ୍ଚୀର ଫାଇଲ୍ସ ନିର୍ଦ୍ଦେଶକ ବିଟ୍ରିଶ ସଂସଦରୁ ଆସିଛି ନିମନ୍ତ୍ରଣ

ଡୁମାଣୀ ଟିଭି ,୩୧/୩ : ଦ କଶ୍ମୀର ଫାଇଲ୍ସ’ ଫିଲ୍ମ ପାଇଁ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ବେଶ୍ ଚର୍ଚ୍ଚିତ ହୋଇଯାଇଛନ୍ତି। ଦେଶର ଅନେକ ସହରରୁ ତାଙ୍କୁ ନିମନ୍ତ୍ରଣ ଆସୁଛି। ସେଠାରେ ପହଞ୍ଚି ବିବେକ ଫିଲ୍ମ ବିଷୟରେ ନିଜ ମତାମତ ଦେଉଥିବା ଦେଖିବାକୁ ମିଳିଛି।
ତେବେ ବର୍ତ୍ତମାନ ବିବେକଙ୍କୁ ବ୍ରିଟିଶ୍ ସଂସଦରୁ ବି ନିମନ୍ତ୍ରଣ ଆସିଥିବା ଜଣାଯାଇଛି। ସେ ପତ୍ନୀ ପଲ୍ଲବୀ ଯୋଶୀଙ୍କ ସହ ଆସନ୍ତା ମାସରେ ବ୍ରିଟେନ୍ ଯିବେ ଓ ବ୍ରିଟିଶ୍ ସଂସଦରେ କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ନରସଂହାର ଓ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରିବେ।
ସୂଚନାଯୋଗ୍ୟ, ଦ କଶ୍ମୀର ଫାଇଲ୍ସ ଫିଲ୍ମ ଏବେ କେବଳ ବକ୍ସ ଅଫିସ୍ରେ ହିଁ ରାଜ୍ କରୁନି। ବରଂ ଏହାକୁ ନେଇ ଏବେ ଦେଶରେ ବଡ଼ ବଡ଼ ବିବାଦ ବି ଦେଖିବାକୁ ମିଳୁଛି। କଶ୍ମୀର ପଣ୍ଡିତଙ୍କ ସହ ୩୨ ବର୍ଷେ ପୂର୍ବେ ଯେଉଁଭଳି ବ୍ୟବହାର କଶ୍ମୀରରେ ହୋଇଥିଲା, ତାହାକୁ ଏହି ଫିଲ୍ମ ଜରିଆରେ ଲୋକଙ୍କ ସାମ୍ନାରେ ଉପସ୍ଥାପନ କରାଯାଇଛି। ଏହି ଘଟଣା ବାବଦରେ ଖୁବ୍ କମ୍ ଲୋକ ଜାଣିଥିବାରୁ ଏବେ ଏହାକୁ ସର୍ବ ସମ୍ମୁଖକୁ ଆଣିବାକୁ ଚେଷ୍ଟା କରିଛନ୍ତି ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ।
ଏହି ଫିଲ୍ମକୁ ନେଇ ଭାରତୀୟ ରାଜନୈତିକ ପାର୍ଟିର ବି ଭିନ୍ନ ଭିନ୍ନ ଦୃଷ୍ଟି କୋଣ ଦେଖିବାକୁ ମିଳିଛି। କିଛି ପାର୍ଟି ଏହାକୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ଏହାକୁ ଏକପାଖିଆ ବୋଲି କହିଛନ୍ତି।

ଚର୍ଚ୍ଚାରେ କାଶ୍ଚୀର ଫାଇଲ୍ସ ନିର୍ଦ୍ଦେଶକ ବିଟ୍ରିଶ ସଂସଦରୁ ଆସିଛି ନିମନ୍ତ୍ରଣ
#DUMANITV#INDIA#kashmir files#kashmir files director vivek agnihotri#kashmir files film#ODISHA