ଚଳିତ ବର୍ଷ IPLରେ ମାଲାମାଲ ହେବେ ଭାଷ୍ୟକାର ଆସନ୍ତୁ ଜାଣିବା କିଏ ନେବ କେତେ ଫି ?

ଡୁମାଣୀ ଟିଭି ,୨୩/୩ : ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)। ମାର୍ଚ୍ଚ ୨୬ରେ ମୁମ୍ବାଇର ଐତିହାସିକ ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ। ଏଥର ଆଇପିଏଲ ୨୦୨୨ ମେଗା ହେବାକୁ ଯାଉଛି। ଏଥିପାଇଁ ମୋଟ୍ ୮୦ ଭାଷ୍ୟକାରଙ୍କ ଟିମ୍ ପ୍ରସ୍ତୁତ କରାଯାଇଛି। ଦୁଇ ମାସ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଅଲଗା ଅଲଗା ଭାଷାରେ କମେଣ୍ଟ୍ରି କରାଯିବ। ଏଥିରେ ଭାଷ୍ୟକାର ବି ମାଲାମାଲ ହେବେ।
ଦୀର୍ଘ ସମୟ ଧରି ଏହି ଆଇପିଏଲକୁ ଦର୍ଶକ ଅପେକ୍ଷା କରି ରହିଥିଲେ। ତେଣୁ ଷ୍ଟାର ନେଟଓ୍ଵର୍କ ମଧ୍ୟ ପ୍ରସାରଣ ପାଇଁ ପ୍ରସ୍ତୁତ ହୋଇ ଯାଇଛି। ଆଇପିଏଲ ୨୦୨୨କୁ ୮ ଭିନ୍ନ ଭିନ୍ନ ଭାଷାରେ ଏବଂ ୨୪ ଅଲଗା ଚ୍ୟାନେଲରେ ପ୍ରସାରଣ କରାଯିବ। ଏଥର ଆଇପିଏଲର କମେଣ୍ଟ୍ରି ହିନ୍ଦୀ, ଇଂରାଜୀ, ତାମିଲ, କନ୍ନଡ, ମରାଠୀ, ମାଲାୟାଲମ, ବଙ୍ଗାଳି ଭାଷାରେ କରାଯିବ। ଏଥିପାଇଁ ଷ୍ଟାର ପକ୍ଷରୁ ୮୦ ଜଣ ଭାଷ୍ୟକାରଙ୍କ ଟିମ୍ ପ୍ରସ୍ତୁତ କରାଯାଇଛି। ଏଥିରେ ଅନେକ ଦିଗ୍ଜ ଭାଷ୍ୟକାରଙ୍କ ନାମ ସାମିଲ୍।
ଆଇପିଏଲ ୨୦୨୨ରେ ଭାଷ୍ୟକାରଙ୍କ ତାଲିକାରେ ଅନେକ ଦିଗ୍ଜ ରହିଛନ୍ତି। ହର୍ଷ ଭୋଗଲେ, ସୁନିଲ ଗାଭାସ୍କର, ରବି ଶାସ୍ତ୍ରୀ, ସୁରେଶ ରୈନା, ଆକାଶ ଚୋପ୍ରା, ଇରଫାନ ପଠାନଙ୍କ ପରି ନାମ ଏଥର ଆଇପିଏଲରେ କମେଣ୍ଟ୍ରି ଟିମ୍ ଅଛନ୍ତି। ଏ ସମସ୍ତଙ୍କୁ କମେଣ୍ଟ୍ରି ପାଇଁ କେତେ ଟଙ୍କା ମିଳିଥାଏ ଆସନ୍ତୁ ଜାଣିବା

sportingfree.com ମୁତାବକ ଆଇପିଏଲରେ କମେଣ୍ଟ୍ରି କରୁଥିବା ଭାଷ୍ୟକାରଙ୍କୁ କୋଟି କୋଟି ଟଙ୍କା ମିଳିଥାଏ। ଏଥିରେ ଇଂରାଜୀ ଭାଷ୍ୟକାରଙ୍କୁ ଅଧିକ ଫି ମିଳିଥାଏ, କାରଣ ସେମାନେ ଓ୍ଵାର୍ଲ୍ଡ ଫିଡ୍ର ଅଂଶ ବିଶେଷ। ପୂରା ସିଜିନରେ ଏମାନଙ୍କ ଫି ପ୍ରାୟ ୧.୯ କୋଟିରୁ ୪ କୋଟି ଟଙ୍କା ପର୍ଯ୍ୟନ୍ତରହିଛି।
ଇଂରାଜୀରେ କମେଣ୍ଟ୍ରି କରୁଥିବା ହର୍ଷ ଭୋଗଲେ, ସୁନିଲ ଗାଭାସ୍କର, ଲକ୍ଷ୍ମଣ ଶିବରାମକୃଷ୍ଣନ, ଇଆନ ବିଶୋପ, ଏଲନ ଓ୍ଵିଲିଙ୍କ୍ସ, ପମି ବାଙ୍ଗଓ୍ଵା, ନିକୋଲାସ ନାଇଟ୍, ଡାନି ମରିସନ, ସାଇମନ ଡୁଲ, ମାଥ୍ୟୁ ହେଡେନ ଏବଂ କେଭିର ପିଟରସନଙ୍କ ପରି ବଡ ଭାଷ୍ୟକାରଙ୍କୁ ପାଞ୍ଚ ଲକ୍ଷ ଡଲାର ପର୍ଯ୍ୟନ୍ତ ଫି ମିଳୁଛି।
ଯଦି ହିନ୍ଦୀ କମେଣ୍ଟ୍ରି ଉପରେ ନଜର ପକାଯିବ ତେବେ ସେମାନଙ୍କୁ ୭୦ ଲକ୍ଷରୁ ନେଇ ୩ କୋଟି ପର୍ଯ୍ୟନ୍ତ ଫି ମିଳିଥାଏ। ଏଥିରେ ସବୁଠୁ ଅଧିକ ତିନି ଲକ୍ଷ ଡଲାରର ଫି ନିଅନ୍ତି ଆକାଶ ଚୋପ୍ରା। ଅର୍ଥାତ ତାଙ୍କର ଫି ଅଢେଇ କୋଟି ଟଙ୍କାରୁ ଅଧିକ।
ଆକାଶ ଚୋପ୍ରାଙ୍କ ବ୍ୟତୀତ ଇରଫାନ ପଠାନ, ଗୌତମ ଗମ୍ଭୀରଙ୍କ ପରି ହିନ୍ଦୀ ଭାଷ୍ୟକାରଙ୍କ ଫି ହେଉଛି ଦୁଇ ଲକ୍ଷ ଡଲାର ଅର୍ଥାତ ଦେଢ କୋଟିରୁ ଅଧିକ। ଏଥର ସୁରେଶ ରୈନା ଏବଂ ରବି ଶାସ୍ତ୍ରୀ ମଧ୍ୟ ହିନ୍ଦୀ କମେଣ୍ଟ୍ରି ଟିମ୍ରେ ଅଛନ୍ତି। ଉଭୟଙ୍କ ଉପରେ ମଧ୍ୟ ଟଙ୍କା ବର୍ଷା ହେବ।

 

ଚଳିତ ବର୍ଷ IPLରେ ମାଲାମାଲ ହେବେ ଭାଷ୍ୟକାର ଆସନ୍ତୁ ଜାଣିବା କିଏ ନେବ କେତେ ଫି ?
#cricketindia#DUMANITV#INDIA#ipl#IPL commentary#IPL INDIA#ipl players#ODISHA#rabi sastri#sports#suresh raina