ଚିତ୍ରଶିଳ୍ପୀ ରାମହରି ଜେନାଙ୍କୁ ‘ସୁରେଶ ସୃଜନ ସମ୍ମାନ’

ଭୁବନେଶ୍ୱର, (ଡିକେ ନୁ୍ୟଜ୍):ଲୋକସଂସ୍କୃତି ଉପାଦାନଗୁଡ଼ିକରପ୍ରାଧାନ୍ୟ ଓ ପ୍ରଭାବ ସବୁବେଳେସ୍ୱୀକୃତ । ଏହା ଗୋଟିଏ ଜାତିରସ୍ୱରୂପ ନିର୍ମାଣ କରିଥାଏ ବୋଲିବିଶିଷ୍ଟ ଲୋକସଂସ୍କୃତି ବିଶାରଦ ତଥାବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟରପ୍ରଫେସର ଡ. ସଦାନନ୍ଦ ଶାହୀଉଲ୍ଲେଖ କରିଛନ୍ତି । ସୁରେଶବଳବନ୍ତରାୟ ଫାଉଣ୍ଡେସନ୍ଆନୁକୂଲ୍ୟରେ ଆୟୋଜିତ ‘ସୁରେଶସମାବେଶ’ରେ ଯୋଗଦେଇପ୍ରଫେସର ଶାହୀ କହିଲେ ଯେଆମର ସାହିତ୍ୟ, ଜୀବନଧାରା ଓଭାଷା ବ୍ୟବହାର ଉପରେଲୋକସଂସ୍କୃତିର ପ୍ରଭାବ ଅତ୍ୟନ୍ତଗୁରୁତ୍ୱପୂର୍ଣ୍ଣ । ତେଣୁ ଏହାରସଂରକ୍ଷଣ, ପ୍ରସାର ଓ ସଂଗ୍ରହଣଅତ୍ୟନ୍ତ ଆବଶ୍ୟକ । ପ୍ରାକ୍ତନସାଂସଦ, କବି ତଥା ରାଜ୍ୟ ଯୋଜନାବୋର୍ଡ ସଦସ୍ୟ ଡ. ପ୍ରସନ୍ନ ପାଟ୍ଟଶାଣୀମୁଖ୍ୟ ଅତିଥି ଭାବେ ଯୋଗଦେଇଫାଉଣ୍ଡେସନ୍ର କାର୍ଯ୍ୟକ୍ରମକୁପ୍ରଶଂସା କରିବା ସହିତ ସାଂସ୍କୃତିକଜାଗରଣ ବଳରେ ସମାଜ ଓସଭ୍ୟତାର ଅଗ୍ରଗତି ସାଧିତହୋଇଥାଏ ବୋଲି କହିଥିଲେ ।ସ୍ଥାନୀୟ ଗୀତଗୋବିନ୍ଦ ସଦନରେଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ‘ୟୁନେସ୍କୋ’ ଭାଷା ପୁରସ୍କାରବିଜେତା ତଥା ଗବେଷକ ଡ.ମହେନ୍ଦ୍ର କୁମାର ମିଶ୍ର ଯୋଗଦେଇସ୍ୱର୍ଗତ ସୁରେଶ ବଳବନ୍ତରାୟଙ୍କ କୃତିଓ ବ୍ୟକ୍ତିତ୍ୱ ଉପରେ ଆଲୋକପାତକରିବା ସହିତ ଲୋକସଂସ୍କୃତିରପ୍ରସାର ନିମନ୍ତେ ସମାଜର ସବୁମହଲରୁ ଉଦ୍ୟମ ହେବା ଉପରେଗୁରୁତ୍ୱାରୋପ କରିଥିଲେ ।ଫାଉଣ୍ଡେସନ୍ର ସଭାପତି ଡ.ହରେକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟଚିତ୍ରଶିଳ୍ପୀ ରାମହରି ଜେନାଙ୍କୁ‘ସୁରେଶ ସୃଜନ ସମ୍ମାନ’ ପ୍ରଦାନକରାଯାଇଥିବା ବେଳେ ଶ୍ରୀ ଜେନାତାଙ୍କ କୃତଜ୍ଞତା ପ୍ରକାଶ କରିଥିଲେ ।ଅତିଥିମାନଙ୍କ ଦ୍ୱାରା ଫାଉଣ୍ଡେସନ୍ଆନୁକୂଲ୍ୟରେ ପ୍ରକାଶିତ ଏକ ପୁସ୍ତକ‘ଦଣ୍ଡନୃତ୍ୟ: ଭିତ୍ତି ଓ ଭୂମି’ ଲୋକାର୍ପିତହୋଇଥିଲା । ଫାଉଣ୍ଡେସନ୍ ପକ୍ଷରୁଭାଷାବିଜ୍ଞାନୀ ଡ. ଦେବାଶିଷ ମହାପାତ୍ରସ୍ୱାଗତ ଭାଷଣ ଦେଇଥିଲେ ଓସଂପାଦକ ଅଧ୍ୟାପିକା ଡ. ଅନ୍ୟାଅନୁରୂପା ବିବରଣୀ ପାଠ କରିଥିଲୋ ଶାଶ୍ୱତୀ ଜେନା ମାନପତ୍ର ପାଠକରିଥିବାବେଳେ ପ୍ରକାଶକ ସୁଧୀରମଉଡ଼ମଣି ଶେଷରେ ଧନ୍ୟବାଦଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବହୁବୁଦ୍ଧିଜୀବୀ, ଗବେଷକ, ଶିଳ୍ପୀ,ସାହିତି୍ୟକ ଓ ସଂସ୍କୃତିପ୍ରେମୀସମବେତ ହୋଇଥିଲେ ।

#DumaniKhabar #DumaniTv #