ଛତିଶଗଡ଼ ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ବବଲି ଡବଲ ମର୍ଡର ମାମଲାରେ ଅନୁପ ସାଏ ଆଜୀବନ କାରାଦଣ୍ଡ

ଡୁମାଣୀ ଟିଭି , ୨/୪: ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ବବଲି ଡବଲ ମର୍ଡର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ବିଧାୟକ ଅନୁପ ସାଏ । ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ରାୟଗଡ ଅତିରିକ୍ତ ଜିଲା ଦୌରା ଜଜ । ଏହି ମାମଲାରେ ଅନ୍ୟତମ ସହଯୋଗୀ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ନିର୍ଦ୍ଦୋଷ ରେ ଖଲାସ କରିଛନ୍ତି କୋର୍ଟ ।

ସୂଚନା ଅନୁଯାୟୀ ଛତିଶଗଡ଼ ଚକ୍ରଧର ନଗର ଥାନା ଅଞ୍ଚଳରେ ୨୦୨୦ ଫେବୃଆରୀ ୧୩ ତାରିଖରେ ଘଟିଥିଲା ଏହି ଡବଲ ମର୍ଡର ଘଟଣା । ମାମଲାରେ ଛନ୍ଦି ହୋଇ ପୂର୍ବତନ ବିଧାୟକ ଅନୁପ ସାଏ ୨ ବର୍ଷ ତଳୁ ଜେଲରେ ଅଛନ୍ତି ।

ପୋଲିସ ପ୍ରଥମେ ଅନୁପଙ୍କୁ ନିଜ ହେପାଜତକୁ ନେବା ପରେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ପ୍ରମୁଖ ସହଯୋଗୀ ଭାବେ ଗିରଫ କରିଥିଲା । ଦୁଇମାସ ତଳେ ବର୍ଦ୍ଧନ ଟପ୍ପୋଙ୍କୁ ହାଇକୋର୍ଟରୁ ଜାମିନ ମଂଞ୍ଜୁର ହୋଇଛି । ଏବେ ଏହି ମାମଲାରୁ ରାୟ ପ୍ରକାଶ ପାଇଛି ।

#ANUP AJIBANA KARABAS#chattishgarh#CRIME NEWS#double murdered#DUMANITV#INDIA#ODISHA