ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ମାଳ ମାଳ ଇଟାଭାଟି,ଗ୍ରୀନ ଟ୍ରିବ୍ୟୁନାଳ କୁ ଆଖିଠାର ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା,

ଜଳୁଛି ଇଟା ଭାଟି ବଢୁଛି ଉତ୍ତାପ , ପରିବେଶ ସୁରକ୍ଷା ଆଇନ ଓ ଜଳବାୟୁ ପ୍ରଦୂଷଣ ନିରାକରଣ ଆଇନକୁ ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ଖୋଲା ଖୋଲି ଉଲ୍ଲଂଘନ, ମାଳ ମାଳ ବେଆଇନ ଇଟା ଭାଟି ଯୋଗୁଁ ବଢୁଛି ପରିବେଶ ପ୍ରଦୂଷଣ, କମୁଛି ଚାଷ ଜମିର ଉର୍ବରତା, ସବୁ ଦେଖି ନୀରବଦ୍ରଷ୍ଟା ସାଜିଛି ସ୍ଥାନୀୟ ପ୍ରଶାସନ, ପୋଡ଼ା ଇଟା ଭାଟିରୁ ବାହାରୁଥିବା ଧୁଆ ରେ ପରିବେଶ ପ୍ରଦୂଷଣ ହେଉଥିବାରୁ ଜାତୀୟ ସବୁଜ ପ୍ରାଧିକରଣ ଏହା ଉପରେ ରୋକ ଲାଗାଇଛି, କିନ୍ତୁ ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ବେଆଇନ ମାଳ ମାଳ ଇଟା ଭାଟି ପୋଡ଼ା ଯାଉଥିଲେ ମଧ୍ୟ ମୃତ୍ତିକା ସଂରକ୍ଷଣ ବିଭାଗ କି ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନି, ଯାହାଫଳରେ ଇଟା ମାଫିଆ ମାନେ ସକ୍ରିୟ ହୋଇ ଗଛ କାଟି ଇଟା ପଡୁଛନ୍ତି,ସରକାରଙ୍କ ର ବିନାନୁମତିରେ ତାଳ ଗଛ କାଟିବା ବେଆଇନ ଘୋଷଣା କରାଯାଇଥିଲେ ମଧ୍ୟ ତାଳ ଗଛ ସହିତ ଅନେକ ବଡ଼ ବଡ଼ ଗଛ କାଟୁଛନ୍ତି ଇଟାମାଫିଆ, ଏଥିପ୍ରତି ଜଙ୍ଗଳ ବିଭାଗ ମଧ୍ୟ ଦୃଷ୍ଟି ଦେଉନି ଯାହାଫଳରେ ପରିବେଶ ପ୍ରଦୂଷଣ ବଢ଼ିବାରେ ଲାଗିଛି, ଜଗନ୍ନାଥ ପ୍ରସାଦ ବ୍ଲକ ନିମପଦର,ବରଗାଁ ଅଞ୍ଚଳରେ ମାଳ ମାଳ ଇଟାଭାଟି ଗଢା ହୋଇଛି,ସୂଚନା ପ୍ରକାରେ ନିମପଦର ଠାରୁ ଏକତାଳ ଯିବା ରାସ୍ତା ପାର୍ଶ୍ବ ଏଵଂ ଖମାରପଲ୍ଲୀ ଠାରୁ ନିମପଦର ରାସ୍ତା ପାର୍ଶ୍ବ ରେ ଇଟା ଭାଟି ଥିବା ବେଳେ ବରଗାଁ ଅଞ୍ଚଳରେ ମଧ୍ୟ ବେଆଇନ ମାଳ ମାଳ ଇଟା ଭାଟି ପୋଡ଼ା ଯାଉଥିବା ନଜିର ରହିଛି, ଏହି ବ୍ୟବସାୟ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଇଟା ମାଫିଆ ମାନେ କହୁଛନ୍ତି ଆମ ପାଖରେ ରାଜସ୍ବ ବିଭାଗର ରସିଦ ଅଛି ଆମର କେହି କିଛି କରିପାରିବେନି ଖୁଲମ୍ ଖୋଲା କହି ବୁଲୁଛନ୍ତି, ଏଠି ପ୍ରଶ୍ନ ଉଠୁଛି ଏମାନଙ୍କୁ କିଏ ଦେଉଛି ସାହସ, ମୋଟା ଅଙ୍କର ଟଙ୍କା ନେଇ ସ୍ଥାନୀୟ ତହସିଲଦାର , ରାଜସ୍ବ ନୀରିକ୍ଷକ ଦେଉନହିତ ଅନୁମତି, ଏହା ସ୍ଥାନୀୟ ପ୍ରଶାସନ ଓ ଇଟା ମାଫିଆଙ୍କ ମଧୁଚନ୍ଦ୍ରିକ ନୁହେଁ ତ ? ଏହି ଇଟା ମାଫିଆ ମାନଙ୍କ ଉପରେ କେବେ ଲାଗିବ ଲଗାମ, ଆଗାମୀ ଦିନରେ ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ଇଟା ଭାଟି ବନ୍ଦ ନହେଲେ ପରିବେଶ ପ୍ରଦୂଷଣ ବଢିବା ସହିତ ଚାଷ ଜମିର ଉର୍ବରତା କମିବ ବୋଲି ପରୁବେଶ ବିତ୍ତି ମାନେ ମତପ୍ରକାଶ କରିଛନ୍ତି !