୨୫ବର୍ଷ ନିରବଚ୍ଛିନ୍ନ ସେବାର ସାଧକ ତଥା ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭୭ବର୍ଷରେ ପାଦ ଥାପିଛନ୍ତି । ଏହି ଜନନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ‘ଡୁମାଣୀ ଟିଭି’ କାର୍ଯ୍ୟାଳୟ ପରିସରରେ ତାଙ୍କର ଜନ୍ମଦିନକୁ ଧୂମଧାମ୍ରେ ପାଳନ କରାଯାଇଥିଲା । ‘ଡୁମାଣୀ ଟିଭି’ ସମ୍ପାଦକ ଅକ୍ଷୟ କୁମାର ପଟ୍ଟନାୟକଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ ।