ଜିକା ଭାଇରସ ଆତଙ୍କ : ଆଲର୍ଟରେ କର୍ଣ୍ଣାଟକ ସରକାର

ବେଙ୍ଗାଲୁରୁ,୨ା୧୧: କର୍ଣ୍ଣାଟକରେ ମାରାତ୍ମକ ଜିକାଭାଇରସ ଚିହ୍ନଟ ହୋଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗରେହାଇ ଆଲର୍ଟରେ ରହିଛି । କର୍ଣ୍ଣାଟକର ଚିକ୍କାବାଲ୍ଲାପୁରଜିଲ୍ଲାରେ ଜିକା ଚିହ୍ନଟ ହୋଇଥିବା ସୂଚନା ମିଳିଛି । ମଶା ଦ୍ୱାରା ବ୍ୟାପୁଥିବା ଏହି ଭୂତାଣୁ କେରଳରେ ବ୍ୟାପିବାପରେ କର୍ଣ୍ଣାଟକରେ ବ୍ୟାପିବା ସନେ୍ଦହ କରି ଗତ ଅଗଷ୍ଟରେ ସାମ୍ପଲ ପଠାଯାଇଥିଲା । ଏବେ ରିପୋର୍ଟପଜିଟିଭ୍ ଆସିଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କରଚିନ୍ତା ବଢ଼ି ଯାଇଛି । ଚିକ୍କାବାଲ୍ଲାପୁର ଜିଲ୍ଲା ସ୍ୱାସ୍ଥ୍ୟଅଫିସର (ଡିଏଚ୍ଓ) ଏସ୍ଏସ୍ ମହେଶ କହିଛନ୍ତି ସାରାରାଜ୍ୟରୁ ସଂଗ୍ରହ କରାଯାଇଥିବା ୧୦୦ ନମୁନାମଧ୍ୟରେ ଚିକ୍କାବାଲ୍ଲାପୁରରୁ କେବଳ ୬ଟି ନମୁନାରହିଥିଲା । ସେଥମଧ୍ୟରୁ ୫ଟି ନେଗେଟିବ୍ ଚିହ୍ନଟ ହୋଇଥିବା ବେଳେଗୋଟିଏ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଏଥିସହିତ ଜ୍ୱରର ଲକ୍ଷଣ ଥିବା ୩୦ ଗର୍ଭବତୀ ମହିଳା ଓ ୭ ପୁରୁଷଙ୍କ ଠାରୁ ସମ୍ପୁଲ ନିଆଯାଇଥିଲା । ଏମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇି ବୋଲି ମହେଶ କହିଛନ୍ତି । ଏଥିସହିତ ଯେଉଁମାନଙ୍କୁ ୩ ଧରି ପ୍ରବଳ ଜର ହେଉଛିସେମାନେ ଆସି ନିଜର ରକ୍ତ ନମୁନା ପରୀକ୍ଷା କରାଇ ନିଅନ୍ତୁ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ମହେଶ କହିଛନ୍ତି । ଡିଏଚ୍ଓ ଆହୁରି କହିଛନ୍ତି ଯେ ଉକ୍ତ ଗାଁର୫କିମି ଏରିଆ ଭିତରେ ସର୍ଭେ କରାଯାଇଥିଲା । ଏହି ଅଞ୍ଚଳରେ ସଂକ୍ରମିତ ଏଡିଜ୍ ମଶା ଥିବା ଜଣାପଡ଼ିଥିଲା । ତେବେ ଏନେଇ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି । ସୂଚନା ଥାଉକି ଜିକାର ଲକ୍ଷଣ ଡେଙ୍ଗୁ ଜ୍ୱର ଲକ୍ଷଣଭଳି ।

#Kanartak #Zikaviruse #DumaniTv