ଜିଲ୍ଲାସ୍ତରୀୟ ଯୁବ ମାରାଥନ

District Level Youth Marathon

ସମ୍ବଲପୁର, : ଦେଶ ବ୍ୟାପୀ ପାଳିତ ହେଉଥିବା ୧୭ ସେପ୍େଟମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ \’ସେବା ପକ୍ଷ – ୨୦୨୫\’ପାଳନ ଅବସରରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ \’ଯୁବ ମାରାଥନ୍‌\’ ଅନୁଷ୍ଠିତ ହୋଇଯାଇଅଛି । ଏହି ମାରାଥନରେ ବହୁସଂଖ୍‌୍ୟାରେ ବିଶେଷକରି ଯୁବବର୍ଗଙ୍କ ଅଂଶଗ୍ରହଣ କରିଥିଲେ । ମାରାଥନ ଆୟୋଜନର ଉଦ୍ଦେଶ୍ୟ ହେଉଛି ସମାଜରେ ସ୍ୱଚ୍ଛତା ର ସେବାଭାବ, ସ୍ୱାସ୍ଥ୍ୟ ଆଦି ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଠି କରିବା । ଏହି ମାରାଥନ କୁ ସମ୍ବଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ପତାକା ଦେଖେଇ ଶୁଭାରମ୍ଭ କରିଥିଲେ । ମାନ୍ୟବର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏହି ମାରାଥନରେ ଯୋଗଦେଇ ସମସ୍ତ ଯୁବବର୍ଗ ଙ୍କୁ ପ୍ରଥମେ ନିଜ ଘରକୁ, ନିଜ ଅଞ୍ଚଳ କୁ ସଫା ରଖିଲେ ଯାଇ ଆମ ଦେଶ ସ୍ୱଚ୍ଛ ହେବ, ଉନ୍ନତିରେ ପଥରେ ଅଗ୍ରଗତି କରିବ ବୋଲି କହିଥିଲେ । ସ୍ୱଚ୍ଛତା ହି ସେବା, ଏହା ଗାନ୍ଧିଜୀଙ୍କ ମୂଳ ମନ୍ତ୍ର ଥିଲା ଦେଶକୁ ସୁସ୍ଥ ରଖିବା ପାଇଁ । ଆମେ ଆମ ସମ୍ବଲପୁର ସହରକୁ ସ୍ୱଚ୍ଛତାରେ ଏକ ନମ୍ବର କରିବା ପାଇଁ ପ୍ରଚେଷ୍ଟା କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଆୟୋଜିତ ମାରାଥନରେ ଛାତ୍ର ବର୍ଗରେ ଆକାଶ ମିର୍ଦ୍ଧା ପ୍ରଥମ ସ୍ଥାନ, ରାଜୁ ଓରାମ ଦ୍ୱିତୀୟ ସ୍ଥାନ ଓ ନୀଳାଞ୍ଚଳ ବାଗ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ରୀ ବର୍ଗରେ ନମିତା ଓରାମ ପ୍ରଥମ ସ୍ଥାନ, ଅମିଶା ଓରାମ ଦ୍ୱିତୀୟ ସ୍ଥାନ ନାନୁ କେୱଟ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ମାରଥନରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ, ଜିଲ୍ଲା କ୍ରିଡା ଅଧିକାରୀଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି, ଯୁବବର୍ଗ, ସ୍ୱେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ ।