ଓଡ଼ିଶା ରାଜ୍ୟ ର ବିନ୍ଧାଣୀ ତଥା ବିକାଶ ପୁରୁଷ ନବୀନ ପଟ୍ଟନାୟକ ୨୫ ବର୍ଷ ନିରନ୍ତର ଭାବେ ଓଡ଼ିଶାବାସୀଙ୍କ ସେବା ଓ ବିକାଶ ହିଁ ତାଙ୍କର ଏକମାତ୍ର ବ୍ରତ ହୋଇ ରହିଛି । ତାଙ୍କ ଉଲ୍ଲେଖନୀୟ ନେତୃତ୍ବ ପାଇଁ ଆଜି ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେବେ । ଶ୍ରେଷ୍ଠ ଶାସକ ନବୀନ ପଟ୍ଟନାୟକଙ୍କୁ ସମ୍ମାନିତ କରିବ କ୍ୟାପିଟାଲ୍ ଫାଉଣ୍ଡସେନ୍ ସୋସାଇଟି । ଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟର ଅଡିଟୋରିୟମରେ ସକାଳ ୧୦ଟାରେ ଆରମ୍ଭ ହେବ କାର୍ଯ୍ୟକ୍ରମ । ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ.ଭି ରମଣାଙ୍କ ଠାରୁ ସମ୍ମାନଜନକ ପୁରସ୍କାର ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗର୍ବ ଓ ଗୌରବର ଏହି ମୁହୂର୍ତ୍ତକୁ ସ୍ମରଣୀୟ କରିବାକୁ ମେଗା ପ୍ଲାନ କରିଛି ବିଜୁ ଜନତା ଦଳ ।