ନୂଆଦିଲ୍ଲୀ, 15 ଅଗଷ୍ଟ – ଲାଲ୍ କିଲାରେ ସମ୍ବୋଧନ ଦେବା ବଳେ ପ୍ରଧାନମନ୍ତ୍ରୀ ମୋଦୀ ଡିଜିଟାଲ୍ କ୍ଷେତ୍ରରେ ଭାରତର ବିକାଶକୁ ପ୍ରଶଂସା କରିବା ସହ ‘ଜୟ ଯବାନ୍, ଜୟ କିଷାନ୍’ ସ୍ଲୋଗାନ୍ ସହିତ ‘ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନ’ ସଂଯୋଗ କରିଛନ୍ତି।
ଲାଲକିଲାରେ ଉଦବୋଧନ ଦେଇ ସେ କହିଛନ୍ତି, ୫ଜି ପାଇଁ ପ୍ରତୀକ୍ଷାର ଅବସାନ ଘଟିଛି। ଏଥର ଭାରତର ପ୍ରତି ଗ୍ରାମରେ ‘ଡିଜିଟାଲ୍ ଇଣ୍ଡିଆ’ ପହଞ୍ଚିଯିବ। ଗାଁ ଗଣ୍ଡାରୁ ଆମର ଡିଜିଟାଲ୍ ଉଦ୍ୟୋଗୀମାନେ ବାହାରୁ ଥିବା ଜାଣି ଲୋକେ ବିସ୍ମିତ ହେଉଛନ୍ତି।