କିଟ୍ ଟିବିଆଇକୁ ବିଶ୍ୱ ମାନ୍ୟତା

ଭୁବନେଶ୍ୱର, (ଡିକେ ନୁ୍ୟଜ୍):ଟେକ୍ନୋଲୋଜି ଇନ୍କୁ୍ୟବେସନ୍କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାପାଇଁ କିଟ୍ର ଇନୋଭେଟିଭ୍ ହବ୍ କିଟ୍-ଟିବିଆଇକୁ ଇନ୍କୁ୍ୟବେଟର୍ ଅଫ୍ ଦି
ଇୟର୍ ୨୦୨୩ ପୁରସ୍କାର ପ୍ରଦାନକରାଯାଇଛି । ବ୍ୟାଙ୍କକଠାରେ ଅନୁଷ୍ଠିତଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସିଆନ୍ଆସୋସିଏସନ୍ ଅଫ୍ ବିଜିନେସ୍ଇକୁ୍ୟବେସନ୍ (ଏଏବିଆଇ) ପକ୍ଷରୁ
ପ୍ରଦାନ କରାଯାଇଥିବା ଏହିସମ୍ମାନଜନକ ପୁରସ୍କାର କିଟ୍ଟିବିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀଅଧିକାରୀ ତଥା କିଟ୍ ଆର୍ ଆଣ୍ଡ ଡିମହାନିଦେ୍ର୍ଦଶକ ଡ. ମୃତୁ୍ୟଞ୍ଜୟ ସୁଆର
ଗ୍ରହଣ କରିଥିଲେ । ବର୍ତ୍ତମାନ ସୁଦ୍ଧା କିଟ୍ଟିବିଆଇ ଜୀବ ବିଜ୍ଞାନ,ବାୟୋଟେକ୍ନୋଲୋଜି, ଡିଜିଟାଲ୍ହେଲ୍ଥ, ନବୀକରଣଯୋଗ୍ୟ ଶକ୍ତି,ସ୍ୱାସ୍ଥ୍ୟସେବା ପ୍ରଯୁକ୍ତି, କୃଷି ପ୍ରଯୁକ୍ତି,ସବୁଜ ପ୍ରଯୁକ୍ତି, ସାମାଜିକ ସର୍ଜନା ଓଉତ୍ପାଦନ ଭିତ୍ତିକ ସର୍ଜନା ଭଳି ବିଭିନ୍ନକ୍ଷେତ୍ରରେ ୪ଶହରୁ ଊଦ୍ଧ୍ୱର୍ ଷ୍ଟାର୍ଟ ଅପ୍କୁସହଯୋଗ କରି ଆସୁଛି । କିଟ୍ଟିବିଆଇକୁ ଭାରତ ସରକାରଙ୍କଡିଏସ୍ଟି-ନିଧି ଯୋଜନା, ଡିବିଟିବିରାକ,
ମେଇଟି-ଏମ୍ଏସ୍ଏଚ୍,ଏମ୍ଏସ୍ଏମ୍ଇ, ଆଇଡେକ୍ସ(ପ୍ରତିରକ୍ଷା ମନ୍ତ୍ରାଳୟ) ଭଳି ବିଭିନ୍ନଫଣ୍ଡିଂ ସଂସ୍ଥା ସହଯୋଗ କରିଆସୁଛନ୍ତି ।ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି
ମନ୍ତ୍ରାଳୟ ପକ୍ଷରୁ କିଟ୍ ଟିବିଆଇକୁସେଣ୍ଟର ଅଫ୍ ଏକ୍ସଲେନ୍ସ ମାନ୍ୟତାପ୍ରଦାନ କରାଯାଇଛି । ଏହା ସହିତଡିବିଟି-ବିରାକ ପ୍ରଯୁକ୍ତି ପ୍ରୋତ୍ସାହନନିମନ୍ତେ କିଟ୍ ଟିବିଆଇରେ ବିରାକ
ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା କରିଛି । ଏହିକେନ୍ଦ୍ର ମାଧ୍ୟମରେ ଭାରତର ପୂର୍ବ ଓଉତ୍ତର-ପୂର୍ବାଞ୍ଚଳରେ ଜୈବ-ଉଦ୍ୟୋଗୀତିଆରି କରିବାରେ ସହଯୋଗକରିଆସୁଛି । ଏହା ମାନ୍ୟତା ଫଳରେ
କିଟ୍ ଟିବିଆଇ କେବଳ ଭାରତରଶ୍ରେଷ୍ଠ ଇନ୍କୁ୍ୟବେଟର୍ ଭାବେ ନୁହେଁ,ବରଂ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ଶ୍ରେଷ୍ଠଇନ୍କୁ୍ୟବେଟର ଭାବେ ସ୍ୱୀକୃତି ଲାଭକରିଛି । ଏହି ସଫଳତାରେ ଆନନ୍ଦ
ବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତାଅଚୁ୍ୟତ ସାମନ୍ତ ଡ. ସୁଆର ଓ କିଟ୍ଟିବିଆଇର ସମସ୍ତ ସଦସ୍ୟଙ୍କୁଅଭିନନ୍ଦନ ଜଣାଇଛନ୍ତି । ସେକହିଛନ୍ତି, ଏଭଳି ଅନ୍ତର୍ଜାତୀୟମାନ୍ୟତା ଦ୍ୱାରା କିଟ୍ ଟିବିଆଇ ଆହୁରିଶୀର୍ଷକୁ ଉଠିବା ସହ ଏହି ସ୍ୱୀକୃତିଆମକୁ ପ୍ରଯୁକ୍ତି ସର୍ଜନା କ୍ଷେତ୍ରରେଆହୁରି ଅନେକ ବଡ଼ବଡ଼ ସର୍ଜନାକରିବାରେ ପ୍ରେରଣା ଯୋଗାଇବ ।

#Kitt #Tbi #worldclass #DumaniTv