ସନ୍ନ୍ୟାସ ନେଲେ ସାନିଆ । ଟେନିସରୁ ବିଦାୟ ନେଲେ ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜା । ଅଷ୍ଟ୍ରେଲିଆ ଓପନ ଟେନିସ୍ ଟୁର୍ଣ୍ଣାମେଣ୍ଟର ମିକ୍ସଡ ଡବଲ୍ସ ଫାଇନାଲରେ ସାନିଆ ଓ ତାଙ୍କ ଯୋଡ଼ିଦାର ବୋପାନ୍ନାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ତେବେ ଅଷ୍ଟ୍ରେଲିଆ ଓପନରେ ରନର୍ସଅପ୍ ସହ ନିଜ ଟେନିସ କ୍ୟାରିୟରକୁ ଅଲବିଦା କହିଛନ୍ତି ଷ୍ଟାର ପ୍ଳେର ସାନିଆ ମିର୍ଜା । ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ସାନିଆ ଅଷ୍ଟ୍ରେଲିଆ ଓପନର ମିକ୍ସଡ ଡବଲ୍ସ ଫାଇନାଲରେ ପ୍ରବେଶ କରିଥିଲେ । ଅନ୍ୟତମ ଭାରତୀୟ ଷ୍ଟାର ରୋହନ ବୋପାନ୍ନାଙ୍କୁ ସାଥୀ କରି ସାନିଆ ଅଷ୍ଟ୍ରେଲିଆ ଓପନରେ ନିଜର ଦମ ଦେଖାଇଥିଲେ। ତେବେ ଫାଇନାଲ ମ୍ୟାଚ୍ରେ ଏହି ଭାରତୀୟ ଯୋଡ଼ିଙ୍କୁ ହାରିବାକୁ ପଡ଼ିଛି। ବ୍ରାଜିଲର ଲୁଇସା ଷ୍ଟେଫାନି ଓ ରାଫେଲ ମାଟାଓସ ଫାଇନାଲ ମ୍ୟାଚରେ ସାନିଆ-ବୋପାନ୍ନା ଯୋଡ଼ିଙ୍କୁ ପରାସ୍ତ କରିଛନ୍ତି । ଏହି ପରାଜୟ ସହ ସାନିଆ ଓ ବୋପାନ୍ନାଙ୍କୁ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ସାନିଆ ଅଷ୍ଟ୍ରେଲିଆ ଓପନ ପରେ ଅବସର ନେବେ ବୋଲି ଘୋଷଣା କରିଥିଲେ । ସେହି ଅନୁସାରେ ସେ ମ୍ୟାଚ୍ ସରିବା ପରେ ସମସ୍ତଙ୍କୁ କୃତଜ୍ଞତା ଜଣାଇ ଟେନିସକୁ ଅଲବିଦା କହିଛନ୍ତି । ସାନିଆ ତାଙ୍କ ଦୀର୍ଘ ବର୍ଷର ଟେନିସ କ୍ୟାରିୟର ମଧ୍ୟରେ ୬ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି । ଏଥିରେ ୩ଟି ମହିଳା ଡବଲ୍ସ ଓ ୩ଟି ମିକ୍ସଡ ଡବଲ୍ସ ରହିଛି । ସାନିଆ ନିଜର ବିଦାୟୀ ଭାଷଣରେ କାନ୍ଦି ପକାଇଥିଲେ। ସେ କହିଥିଲେ ଯେ “ରୋହନ ହେଉଛନ୍ତି ମୋର ପ୍ରଥମ ମିକ୍ସଡ ଡବଲ୍ସ ପାର୍ଟନର। ମାତ୍ର ୧୪ ବର୍ଷ ବୟସରେ ଆମେ ଏକାଠି ଖେଳି ଟୁର୍ଣ୍ଣାମେଣ୍ଟ ଜିତିଥିଲୁ।