ଡାକ୍ତରଖାନାରେ ଚାଲିଗଲା ବିଜୁଳି ମହମ ଫୋନ ଟର୍ଚ୍ଚ ଲାଇଟରେ ପ୍ରସବ କରାଇଲେ ଡାକ୍ତର

ଆନ୍ଧ୍ରପ୍ରଦେଶ ବିଶାଖାପଟନମରେ ଅନେକ ସମୟରେ ଏବେ ବିଜୁଳିକୁ ନେଇ ସମସ୍ୟା ଦେଖିବାକୁ ମିଳିଛି | ଅନେକ ସମୟରେ ବିଜୁଳି ଚାଲିଯାଇଛି | ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମୁଖହୀନ ହେଉଛନ୍ତି | ତେବେ ବିଜୁଳୀକୁ ନେଇ କେତେକ ହସ୍ପିଟାଲ୍‌ରେ ବି ସମସ୍ୟା ଦେଖିବାକୁ ମିଳେ। ଏମିତି ବି ହସ୍ପିଟାଲ୍‌ ରହିିଛି, ଯେଉଁଠାରେ ରାତି ରାତି କରେଣ୍ଟ୍‌ ରହେନାହିଁ। ଯେଉଁଠାରେ ଡାକ୍ତରମାନଙ୍କୁ ବିନା ଲାଇଟ୍‌, ଫ୍ୟାନ୍‌ ଓ ଅନ୍ୟାନ୍ୟ ସୁବିଧାରେ ପ୍ରସବ ପରି ଜଟିଳ କାର୍ଯ୍ୟ ବି କରିବାକୁ ପଡୁଛି।

ଏପରି ଏକ ଘଟଣା ଦେଖିବାକୁ ମିଳିଛି ଏନ୍‌ଟିଆର୍‌ ସରକାରୀ ହସ୍ପିଟାଲ୍‌ରେ। ଯେଉଁଠାରେ ଡାକ୍ତର ମହମ ଓ ଫୋନ୍‌ ଟର୍ଚ ଲାଇଟ୍‌ରେ ଏକ ମହିଳାଙ୍କ ପ୍ରସବ କରାଇଛନ୍ତି। ମହିଳା ଜଣକ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି।

ସୋସିଆଲ୍‌ ମିଡିଆରେ ଏପରି ଅନେକ ଫଟୋ ଭିଡିଓ ଭାଇରାଲ୍‌ ହେଉଛି, ଯେଉଁଥିରେ ବିଜୁଳି ସମସ୍ୟା ହେତୁ ରୋଗୀମାନେ କେଉଁ ପ୍ରକାରର ଅସୁବିଧାର ସାମ୍ନା କରୁଛନ୍ତି ଦେଖିବାକୁ ମିଳୁଛି।

ଏ ନେଇ କନ୍ୟା ସନ୍ତାକୁ ଜନ୍ମ ଦେଇଥିବା ମହିଳା ଜଣକ ଅଭିଯୋଗ ଆଣି କହିଛନ୍ତି ଯେ, ‘ଯେତେବେଳେ ହସ୍ପିଟାଲ୍‌ରେ କରେଣ୍ଟ୍‌ ନଥାଏ ଆମେ ତାଙ୍କୁ ପଚାରିଲୁ, ସେମାନେ ଆମକୁ ଉତ୍ତର ଦେଲେ ମହମ ଧରିକରି ଆସ। କୁହନ୍ତୁ ତ ଅଧ ରାତିରେ ଆମେ କେଉଁଠାରୁ ମହମ ଆଣିବୁ? ଆମକୁ କିଏ ସାହାଯ୍ୟ କରିବ?

ଏପରି ସମସ୍ୟାରେ କେବଳ ରୋଗୀ ଓ ତାଙ୍କ ପରିବାର ଲୋକ ନୁହଁନ୍ତି ବରଂ ଡାକ୍ତର ବି ଚିନ୍ତିତ। ଜଣେ ଡାକ୍ତର ନିଜର ବୟାନ ରଖି କହିଛନ୍ତି, ‘ଆମକୁ ଏପରିସ୍ଥିତିରେ ମହମ ଓ ଟର୍ଚ ଲଗାଇ ଡେଲିଭରି କରିବାକୁ ପଡ଼ିଲା। ଯାହାହେଉ, ଭଗବାନଙ୍କ ଦୟାରୁ ଏହା ନର୍ମାଲ ଡେଲିଭରି ଥିଲା। ତେବେ ଯଦି ଏହି ସମୟରେ କିଛି ଅଘଟଣ ଘଟିଥାନ୍ତା ତେବେ ଏଥିପାଇଁ କିଏ ଦାୟୀ ରହିଥାନ୍ତା ବୋଲି ସାଧାରଣ ରେ ପ୍ରଶ୍ନ ସୃଷ୍ଟି ହୋଇଛି |

#andra hospital#andra pradesh#andrapradesh#dumani tv#INDIA#ODISHA