ଡୁଡୁକାଠେଙ୍ଗା ପଞ୍ଚାୟତ ରେ ପହଞ୍ଚିଲା ବିକାଶ ବାହାନ ରଥ, ଗାଇଲା ବିକାଶ ର ଗାଥା।

ରାଜ୍ୟରେ ବିଜେପି ସରକାର ୧ ବର୍ଷ ଆଜି ପୂରଣ ହୋଇଥିବା ବେଳେ ଏହି ସ୍ମରଣୀୟ ଦିନ କୁ ପାଳନ ପାଇଁ ପ୍ରତି ବ୍ଲକ ସ୍ତରରେ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ୧ ବର୍ଷ ର ଉପଲବ୍ଧି ଲୋକାଭିମୁଖୀ ଯୋଜନା କୁ ଗାଁ ଗାଁ ରେ ପହଞ୍ଚିବା ପାଇଁ ବିକାଶ ବାହାନ ରଥ ର ଶୁଭାରମ୍ଭ ହୋଇଛି। କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ରେ ଶୁକ୍ରବାର ଏହି ରଥ ପହଞ୍ଚିଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ହରିପ୍ରିୟା ନାଗ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତିନିଧି ତ୍ରିନାଥ ଶବର, ମୁଖ୍ୟ ବକ୍ତା ଭାବେ ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର,ସମିତି ସଭ୍ୟା ପାର୍ବତୀ ବାଗ, ସମାଜସେବି ବନମାଳୀ ବାଗ ନାଏବ ସରପଞ୍ଚ ଖଗେଶ୍ୱର ବାଣୁଆ ମଞ୍ଚ ରେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଉପରେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଯୋଗ୍ୟ ହିତାଧିକାରୀ ଙ୍କୁ ଅନ୍ତୋଦୟ ଗୃହ ଯୋଜନା ରେ ଆବାସ ଘର କାର୍ଯ୍ୟାଦେଶ, ନୂତନ ରାସନ କାର୍ଡ଼,ବୟୋ ବନ୍ଦନା କାର୍ଡ, ନିର୍ମାଣ ଶ୍ରମିକ ଶ୍ରମ କାର୍ଡ,ଭତ୍ତା କାର୍ଡ ଉପସ୍ଥିତ ଅତିଥିମାନେ ବଣ୍ଟନ କରିଥିଲେ।କାର୍ଯ୍ୟକ୍ରମ କୁ ପଞ୍ଚାୟତ ର ପିଇଓ ଅନ୍ୟ କର୍ମଚାରୀ ସମେତ ମିଶନ ଶକ୍ତି ଅଧିନସ୍ମ ମହିଳା କର୍ମଚାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।