ଦଳରେ ବିଦ୍ରୋହୀଙ୍କୁ ସୋନିଆଙ୍କ ବାର୍ତ୍ତା

ଡୁମାଣୀ ଟିଭି ,୫/୪ : କଂଗ୍ରେସ ସଂସଦୀୟ ଦଳର ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୂଲ୍ୟବୃଦ୍ଧିକୁ ପ୍ରସଙ୍ଗ କରିଥିବା ବେଳେ ସରକାର ଦେଶର ଶ୍ରମ ଆଇନକୁ ଦୁର୍ବଳ କରୁଥିବାର ଅଭିଯୋଗ କରିଛନ୍ତି। ଦେଶର ସୁକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ଏବେବି ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି। ଗୋଟିଏ ପଟେ ମୂଲ୍ୟବୃଦ୍ଧି ଦେଶକୁ ଗ୍ରାସି ଯାଇଥିବା ବେଳେ ସାର୍ବଜନିକ ସମ୍ପତ୍ତି ଓ ଉଦ୍ୟୋଗଙ୍କ ଘରୋଇକରଣ ଲାଗି ସରକାର ଏବେ ଜିଦରେ ଅଡି ଯାଇଛି ବୋଲି ସୋନିଆ କହିଛନ୍ତି।

ଏହା କଂଗ୍ରେସ ସଂସଦୀୟ ଦଳର ବୈଠକ, ସଂସଦ ପ୍ରସଙ୍ଗରେ ଆଲୋଚନା ସହ ସୋନିଆ ଦଳୀୟ ବିଷୟକୁ ମଧ୍ୟ ପ୍ରସଙ୍ଗ କରିଥିଲେ। ଗତ ବିଧାନସଭା ନିର୍ବାଚନମାନଙ୍କରେ କଂଗ୍ରେସର ପ୍ରଦର୍ଶନ ବାସ୍ତବିକ ନିରାଶାଜନକ ଥିଲା ବୋଲି ସୋନିଆ କହିଛନ୍ତି। ସଙ୍ଗଠନ ମଜଭୁତ କରିବା ଏବେକା ସମୟର ବଡ଼ ଆହ୍ୱାନ ଓ ଏ ବାବଦେ ମିଳିଥିବା ପରାମର୍ଶ ଉପରେ ସେ କାର୍ଯ୍ୟ କରୁଥିବା ସାଂସଦମାନଙ୍କୁ କହିଛନ୍ତି। ତେବେ ଆଗକୁ ରାସ୍ତା ଆହୁରି ଆହ୍ୱାନପୂର୍ଣ୍ଣ ଏଣୁ ସଦସ୍ୟଙ୍କୁ ନମନିୟ ଓ ଏକଜୁଟ ହେବା ଲାଗି କହିଛନ୍ତି।
ବୈଠକକୁ ସମ୍ବୋଧିତ କରି ସୋନିଆ ଚିନ୍ତନ ଶିବିର ଆୟୋଜନ ବର୍ତ୍ତମାନ ସମୟରେ ଆମ ଲାଗି ଜରୁରି ବୋଲି କହିଛନ୍ତି। ଚିନ୍ତନ ଶିବିର ଏକ ଏପରି ସ୍ଥାନ ଯେଉଁଠି ସହଯୋଗୀ ଓ ପାର୍ଟି ପ୍ରତିନିଧିଙ୍କ ବିଚାର ଶୁଣାଯାଏ। ଆମ ପାର୍ଟି ଦ୍ୱାରା ନିଆଯାଉଥିବା ପଦକ୍ଷେପର ସ୍ପଷ୍ଟ ରୋଡ ମ୍ୟାପ୍‌କୁ ସେମାନେ ଆଗକୁ ବଢାଇବାରେ ସହଯୋଗ କରିବେ। ଆଗକୁ ଆମ ସମର୍ପଣ ଓ ସଂକଳ୍ପର କଡା ପରୀକ୍ଷା ଏଣୁ ଆମକୁ ସତର୍କତାର ସହ କାର୍ଯ୍ୟ କରିବାକୁ ପଡିବ। ଦଳରେ ରହି ଦଳକୁ ମଜଭୁତ କରିବା ସମସ୍ତଙ୍କର କର୍ତବ୍ୟ ଏଥିରେ ବିଦ୍ରୋହ କେବେବି ଗ୍ରହଣୀୟ ନୁହେଁ ବୋଲି ସୋନିଆ କହିଛନ୍ତି।

ଏଥିରେ ସୋନିଆ ବିଜେପିକୁ ମଧ୍ୟ ଛାଡି ନାହାନ୍ତି। ସେମାନେ ସମ୍ପ୍ରଦାୟିକତାର ରାଜନୀତି କରୁଥିବାର କହିଛନ୍ତି। ଏପରି ଶକ୍ତିଙ୍କ ବିରୋଧରେ ଆମକୁ ଛିଡା ହେବାକୁ ହେବ ଓ ସେମାନଙ୍କୁ ସାମ୍ନା କରିବାକୁ ହେବ ବୋଲି ସେ କହିଛନ୍ତି। ବର୍ଷବର୍ଷ ଧରି ଆମେ କାୟମ କରିଥିବା ସାମାଜିକ ସୌହାର୍ଦ୍ଦ୍ୟକୁ ସେମାନେ ଖରାପ କରନ୍ତୁ ତାହା ଆମେ କେବେବି କରାଇ ଦେବାନି। ଆମର ବିବିଧ ସମାଜ ଏହାର ସଦଭାବ ଓ ସୌହାର୍ଦ୍ଦ୍ୟକୁ ଆମକୁ ଅକ୍ଷୁର୍ଣ୍ଣ ରଖିବାକୁ ହେବ ବୋଲି ସୋନିଆ କହିଛନ୍ତି।

#congress#DUMANITV#INDIA#ODISHA#political news#sonia gandhi