ଆସନ୍ତାକାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୭ ତାରିଖରେ ବସିବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତା ୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ସପ୍ତମ ପରିଷଦ ବୈଠକ ବସିବ । ତେବେ ଏନେଇ ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଉଠାଇବେ ଓଡିଶାର ବିକାଶ ସମ୍ବଧିତ ଅନେକ ଗୁରୁତ୍ୱପୂର୍ଣ ତଥ୍ୟ । ବିଶେଷକରି ଓଡ଼ିଶାକୁ ଫୋକସ ଷ୍ଟେଟ ମାନ୍ୟତା ଦାବି ଉଠାଇବେ ନବୀନ । ଏହା ସହିତ ଆଗରୁ ବକେୟା ଅର୍ଥ ଦେବାପାଇଁ କେନ୍ଦ୍ରକୁ କରିଥିବା ଦାବିକୁ ପୁନର୍ବାର ଦୋହରାଇବା ର ମଧ୍ୟ ସୂଚନା ରହିଛି ।