ଦ କାଶ୍ମୀର ଫାଇଲ୍ସକୁ ନେଇ ଅମୀର ଖାଁଙ୍କ ପ୍ରତିକ୍ରିୟା ,କହିଲେ ସବୁ ଭାରତୀୟଙ୍କୁ ଏହି ଫିଲ୍ମ ଦେଖିବା ଉଚିତ୍‌

ଡୁମାଣୀଟିଭି.୨୨/୩ : ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ସଂପ୍ରତି ଦେଶରେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି। ଯିଏ ବି ଏହି ଫିଲ୍ମ ଦେଖୁଛନ୍ତି ପ୍ରଶଂସା କରି ରହି ପାରୁ ନାହାନ୍ତି। ବକ୍ସ ଅଫିସରେ ଫିଲ୍ମର ଧମାଲ ଜାରି ରହିଛି ଏବଂ ଖୁବ୍ ଆୟ କରୁଛି। ବଲିଉଡର ଅନେକ ହସ୍ତୀ ଫିଲ୍ମ ଉପରେ ପ୍ରତିକ୍ରିୟା ଦେଉଛନ୍ତି। ଏହି କ୍ରମରେ ବଲିଉଡର ପରଫେକ୍ଟନିଷ୍ଟ ଅମିର ଖାନଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି ଏହି ଫିଲ୍ମକୁ ପ୍ରତ୍ୟେକ ଭାରତୀୟ ଦେଖିବା ଉଚିତ୍।

ଅମିର ଖାନ ଦିଲ୍ଲୀରେ ଫିଲ୍ମ ଆରଆରଆରକୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଠାରେ ଅମିରଙ୍କୁ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ପ୍ରଶ୍ନ କରାଯାଇଥିଲା। ଏହା ଉପରେ ଅମିର କହିଛନ୍ତି, କଶ୍ମୀରରେ ପଣ୍ଡିତଙ୍କ ସହ ଯାହା ଘଟିଛି ତାହା ବହୁତ କଷ୍ଟଦାୟକ। ବାସ୍ତବିକ କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମକୁ ପ୍ରତ୍ୟେକ ଭାରତୀୟଙ୍କୁ ଦେଖିବା ଉଚିତ୍। ପ୍ରତିଟି ହିନ୍ଦୁସ୍ଥାନୀକୁ ଏହା ମନେ ରଖିବା ଉଚିତ୍ ଯେ, ଯେତେବେଳେ କୌଣସି ବ୍ୟକ୍ତି ଉପରେ ଅତ୍ୟାଚାର ହେଲେ ତାଙ୍କ ସହ କଣ ଘଟିଥାଏ।

ଅମିର କହିଛନ୍ତି, ମୁଁ ଏହି ଫିଲ୍ମ ନିଶ୍ଚୟ ଦେଖିବି ଏବଂ ମୁଁ ଖୁସି ଯେ ଫିଲ୍ମଟି ଏତେ ସଫଳ ହୋଇଛି। ଏହାକୁ ନେଇ ମଧ୍ୟ ମୁଁ ବହୁତ ଖୁସି ଯେ, ଫିଲ୍ମକୁ ଲୋକେ ବହୁତ ପସନ୍ଦ କରୁଛନ୍ତି। ସଂପ୍ରତି ସିନେମା ଘରେ ରାଜ କରୁଛି କଶ୍ମୀର ଫାଇଲ୍ସ। ପ୍ରଥମ ଦିନରେ ୩.୩୫ କୋଟି ଟଙ୍କା ଆୟ କରୁଥିବା ଏହି ଫିଲ୍ମ ଏ ପର୍ଯ୍ୟନ୍ତ ୧୬୮ କୋଟି ଟଙ୍କାର ଆୟ କରି ସାରିଛି।

#amir khan#DUMANITV#everyone should watch film the kashmir files#INDIA#kashmir files#kashmir files film#ODISHA