ଧରା ହେଲା ଗ୍ୟାଙ୍ଗଷ୍ଟାର

କମିଶନରେଟ ପୋଲିସକୁ ସଫଳତା । ବନ୍ଧା ହେଲା ହାର୍ଡକୋର ଅପରାଧୀ । ଭୁବନେଶ୍ୱରରେ କିଛି ମାସ ତଳେ ହୋଇଥିବା ସିରିଜ ଚୋରି ଘଟଣାରେ ଅନ୍ୟତମ ଅଭିଯୁକ୍ତକୁ ଆଜି ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ନାଁ ପ୍ରକାଶ ନାୟକ । ସାମନ୍ତରାପୁର , ଯାଆଁଳା, ସୌଭାଗ୍ୟନଗର ଜୁଏଲାରୀ ଦୋକାନ ଲୁଟ ଘଟଣାରେ ଏହି ଅଭିଯୁକ୍ତ ସାମିଲ ଥିଲେ । ଏ ହେଉଛନ୍ତି ପ୍ରକାଶ, ରବି ରାଓ ଗ୍ୟାଙ୍ଗ ର ସଦସ୍ୟ । ଅଭିଯୁକ୍ତ ଜଣଙ୍କ ପାରୋଲ ରେ ଆସି ଅପରାଧ ଘଟାଉଥିଲା ।

ତେବେ ଆଜି ତାଙ୍କୁ ଗିରଫ କରିବା ପରେ ତାଙ୍କ ନିକଟରୁ ୨ ଟି ପିସ୍ତଲ , ଗୁଳି ଏବଂ ୪ଟି ସୁନା ମୁଦି ଜବତ କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ୨୨ ଟି ମାମଲା ରହିଛି । ଖଣ୍ଡଗିରିରେ ପେଶାଦାର ଅପରାଧୀ ଚକରାକୁ ଏନକାଉଁଟର ସମୟରେ ଏ ଅଭିଯୁକ୍ତ ଜଣଙ୍କ ସେଠାରେ ଉପସ୍ଥିତ ଥିଲେ । ବଡ଼ ଧରଣର ଡକାୟତି ପାଇଁ ଯୋଜନା କରିଥିଲା ଅଭିଯୁକ୍ତ । କିନ୍ତୁ ପୋଲିସର ଏନକାଉଣ୍ଟର ପରେ ସେ ସେଠାରୁ ଖସି ଅନ୍ୟ ସ୍ଥାନରେ ଲୁଚି ରହିଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଅଭିଯୁକ୍ତକୁ ଆଜି ଗିରଫ କରିଛି ।