ନିଆରା ଏକ ପ୍ରେମ କାହାଣୀ

ଡୁମାଣୀ ଟିଭି ,୨୭/୩ : କୁହାଯାଏ କି ପ୍ରେମର କୌଣସି ସୀମା ନଥାଏ । ପ୍ରେମ କେତେବେଳେ କାହା ସହିତ ହୋଇଯାଏ ତାହା ଜାଣିହୁଏନାହି । ପ୍ରେମ ଆଗରେ ବୟସ, ଜାତି, ଧର୍ମ, ବର୍ଣ୍ଣର କିଛି ମାନେ ନଥାଏ । ଠିକ ଏମିତି ହି ଏକ ପ୍ରେମ କାହାଣୀ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଗ୍ୱାଲିଅର୍ ଜିଲ୍ଲାରେ ।

ଯେଉଁଠି ଜଣେ ୬୭ ବର୍ଷୀୟ ମହିଳା ରାମକଲି ଜଣେ ୨୮ ବର୍ଷୀୟ ଯୁବକଙ୍କ ପ୍ରେମରେ ପଡ଼ିଛନ୍ତି । ଖାଲି ଯେ ପ୍ରେମ ସମ୍ପର୍କ ସେତିକି ନୁହେଁ ଦୁହେଁ ଳିଭ-ଇନ ରିଲେସନସିପରେ ମଧ୍ୟ ଅଛନ୍ତି । ଦୁହେଁ ନିଜର ସମ୍ପର୍କକୁ ମାନ୍ୟତା ଦେବାପାଇଁ କୋର୍ଟଙ୍କ ନିକଟରେ ଦ୍ଵାରସ୍ଥ ହୋଇଛନ୍ତି ।
ଏହାକୁ ନେଇ ଆଡଭୋକେଟ୍ ଦିଲୀପ ଆୱସ୍ତି କହିଛନ୍ତି କି ଏହି ଦମ୍ପତି ମୁରେନା ଜିଲ୍ଲାର କେଲାରସ୍ର ବାସିନ୍ଦା ଅଟନ୍ତି। ରାମକଲି ଏବଂ ଭୋଲୁ ଦୁହେଁ ଲିଭ-ଇନ୍ ରହିବାକୁ ଚାହୁଁଛନ୍ତି । ବର୍ତ୍ତମାନ ସେମାନେ ତାଙ୍କ ଆଗାମୀ ଜୀବନ ଖୁସିରେ ବିତାଇବାକୁ ଚାହୁଁଛନ୍ତି । କୌଣସି ପ୍ରକାରର ବିବାଦ ନହେଉ ଏଥିପାଇଁ ତାଙ୍କୁ ଗ୍ୱାଲିଅର କୋର୍ଟରୁ ଏକ ନୋଟାରୀର ସାହାଯ୍ୟ ମିଳିଛି। ନୋଟାରୀଙ୍କ ପାଇଁ ସେ ଗ୍ୱାଲିଅରର ଜିଲ୍ଲା କୋର୍ଟରେ ଲିଭ୍-ଇନ୍ ରିଲେସନସିପ୍ ପାଇଁ ନିଜର ଡକ୍ୟୁମେଣ୍ଟ୍ ମଧ୍ୟ ଉପସ୍ଥାପନ କରିଛନ୍ତି।
ଲିଭ ଇନରେ ରହିବା ସମୟରେ ଯେମିତି କୌଣସି ବିବାଦ ନହୁଏ ସେନେଇ କୋର୍ଟରେ ଦୁହେଁ ନୋଟାରି କରାଇଛନ୍ତି । ସମ୍ପୂର୍ଣ୍ଣ କାଗଜପତ୍ର ସହିତ ବିଦ୍ଧିବଦ୍ଧ ଭାବରେ କୋର୍ଟରୁ ନୋଟାରି କରାଇନେଲେ ଆଗକୁ ଦୁହିଁଙ୍କ ସମ୍ପର୍କକୁ ନେଇ କୌଣସି ବିବାଦୀୟ ସ୍ଥିତି ଉଠିବା ନାହିଁ ବୋଲି ଦୁହିଁଙ୍କ ମତ ।

linked- https://fb.watch/b-SCoZiPgN/

#DUMANITV#extraordinary love#INDIA#love#ODISHA