ନେତାଜୀ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର

ପାରଳାଖେମୁଣ୍ଡି, ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ସୁବାଷ ନଗର ଠାରେ ଭାରତର ମହାନ୍‌ ଜନ ନାୟକ ସୁବାଷ ଚନ୍ଦ୍ର ବୋଷଙ୍କ ଏବଂ ଓଡ଼ିଶାର ବରପୁତ୍ର ବୀରସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଦେବୀ ମଠ ମହନ୍ତ ପୂଜ୍ୟଶ୍ରୀ ରାମାନନ୍ଦ ଦାସ ମହାରାଜ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସୁବାଷ ବୋଷଙ୍କ ବୀରତ୍ୱର ଗାଥା ଗାନ କରିଥିଲେ। ଏହି ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ନଗରର ଅନେକ ଜନସାଧାରଣ ଏହି ରକ୍ତଦାନ ଶିବିରରେ ସାମିଲ ହୋଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।

#Netajijayanti occasion #Blood donation camp #dumanikhabar #odisha