ନେତାଜୀ ବସ୍ ଟର୍ମିନାଲ୍ ପରିଦର୍ଶନ କଲେ ୫-ଟି ଅଧ୍ୟକ୍ଷ

କଟକ, (ଡିକେ ନୁ୍ୟଜ୍): ୫-ଟି ଅଧ୍ୟକ୍ଷକଟକରେ ନୂତନ ଭାବେ ନିର୍ମିତ ଓକାର୍ଯ୍ୟକ୍ଷମ ହୋଇଥିବା ନେତାଜୀ ବସ୍
ଟର୍ମିନାଲ୍ ରବିବାର ପରିଦର୍ଶନକରିଛନ୍ତି । ଏହି ଅବସରରେ ସେଲୋକଙ୍କ ମତାମତ ଜାଣିବା ପାଇଁଯାତ୍ରୀ, ବିକ୍ରେତା, ସେବା
ପ୍ରଦାନକାରୀ, ବସ୍ ଅପରେଟର ଏବଂଅନ୍ୟାନ୍ୟ କର୍ମ·ରୀଙ୍କ ସହଆଲୋଚନା କରିଥିଲେ ।
ଇଣ୍ଟିଗ୍ରେଟେଡ୍ ସୂଚନା ପରି·ଳନାପ୍ରଣାଳୀକୁ ଆହୁରି ମଜବୁତ କରିବାକୁସେ ଅଧିକାରୀମାନଙ୍କୁ କହିଛନ୍ତି ଯାହା
ଯାତ୍ରୀଙ୍କ ଅଭିଜ୍ଞତା ଏବଂ ଯାତ୍ରୀମାନଙ୍କମୁକ୍ତ ଚଳାଚଳକୁ ସୁନିଶ୍ଚିତ କରିବ ।ଏହା ଛଡା ସେ ବରିଷ୍ଠଅଧିକାରୀମାନଙ୍କ ସହ ପରିବର୍ତ୍ତିତ
ତାଳଦଣ୍ଡା କେନାଲ ମଧ୍ୟ ପରିଦର୍ଶନକରିଥିଲେ । ସେ ପରାମର୍ଶ ଦେଇଛନ୍ତିଯେ କେନାଲରେ ଥିବା ଦୃଶ୍ୟମାନ
ସୌନ୍ଦର୍ଯ୍ୟକୁ ବଜାୟ ରଖିବା ଉଚିତକାରଣ ଏହା କଟକ ସହରରଲୋକଙ୍କ ପାଇଁ ସବୁବେଳେଆକର୍ଷଣୀୟ ହୋଇ ରହିବ । ଆଜିର
ଏହି ପରିଦର୍ଶନ ସମୟରେ ୫-ଟିଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କ ସହ ଅତିରିକ୍ତମୁଖ୍ୟ ଶାସନ ସଚିବ ଅନୁ ଗର୍ଗ,ପ୍ରମୁଖ ଶାସନ ସଚିବ ମନୋଜ
କୁମାର ମିଶ୍ର, କଟକ ଜିଲ୍ଲାପ୍ରଶାସନର ବରିଷ୍ଠ ଅଧିକାରୀ,ଭୁବନେଶ୍ୱର ମେଟ୍ରୋ ରେଳ ନିଗମଅଧିକାରୀମାନେ ଉପସ୍ଥିତ ଥିଲେ ।

#Netaji #Terminal #Bus #DumaniKhabar