ଡୁମାଣୀ ଟିଭି ୧୬/୩ : ପଞ୍ଜାବରେ ପ୍ରଥମ ଥର ପାଇଁ ଆମ୍ ଆଦମୀ ପାର୍ଟିର ସରକାର ଗଠନ ହୋଇଛି । ଏହି କ୍ରମରେ ଆପ୍ ନେତା ତଥା ଘୋରୀ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ବିଜୟୀ ହୋଇଥିବା ଭଗୱନ୍ତ ମାନ୍ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପଞ୍ଜାବ ରାଜ୍ୟପାଳ ବନବାରୀ ଲାଲ ପୁରୋହିତ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସହିଦ ଭଗତ ସିଂଙ୍କ ଗ୍ରାମ ଖଟକର କଲା ଠାରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ଏହି ଶପଥ ଗ୍ରହଣ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଦିଲ୍ଲୀ ଆପର ଅନେକ ନେତା ଯୋଗ ଦେଇଛନ୍ତି ।
ମୋଟ ୧୧୭ ବିଧାନସଭା ଆସନ ମଧ୍ୟରୁ ଆପ ୯୨ ଟି ଆସନରେ ବିଜୟୀ ହୋଇଛି । ଭଗୱନ୍ତ ମାନ ୨୫ ପଞ୍ଜାବର ୨୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ୍ ଶପଥ ନେବା ପରେ ତାଙ୍କ ଭାଷଣରେ କହିଛନ୍ତି କି ଯେଉଁମାନେ ଆପକୁ ଭୋଟ ଦେଇଛନ୍ତି ଓ ଯେଉଁମାନେ ଆପକୁ ଭୋଟ ଦେଇନାହାଁନ୍ତି ସମସ୍ତଙ୍କ ପାଇଁ ଏ ସରକାର ଗୋଟିଏ ଢାଞ୍ଚାରେ କାମ କରିବ । ସେପଟେ ଭଗନ୍ତ ସିଂଙ୍କ ଗାଁରେ ଶପଥ ନେଉଥିବା ବେଳେ ମାନ୍ କହିଛନ୍ତି କି ପଞ୍ଜାବର ପ୍ରତିଟି ଗାଁ ଭଗତ ସିଂଙ୍କ ଗାଁ । କାରଣ ରାଜ୍ୟରେ ପ୍ରତିଟି କୋଣରେ ଏବେ ବି ଭଗତ ସିଂ ବଞ୍ଚି ରହିଛନ୍ତି ।