ପାକିସ୍ତାନୀ ଚାହାର ବିଜ୍ଞାପନରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ

ଡୁମାଣୀ ଟିଭି ,୨୫/୩ : ବିଭିନ୍ନ ସୋସିଆଲ ମିଡିଆରେ ପାକିସ୍ତାନୀ ଚାହାର ଏକ ବିଜ୍ଞାପନକୁ ଖୁବ ଜୋରରେ ଭାଇରାଲ ହେଉଛି । ଆପଣ ମାନେ ଭାବୁଥିବେ ବିଜ୍ଞାପନ ତ ସେୟାର ହେଉଛି ଏଥିରେ ନୂଆ କଣ ଅଛି । ପ୍ରକୃତରେ ଏହି ବିଜ୍ଞାପନଟିରେ ଭାରତର ବାୟୁସେନାର ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଅଛନ୍ତି । ହଁ ଇଏ ହେଉଛନ୍ତି ସେହି ଅଭିନନ୍ଦନ ବର୍ଦ୍ଧମାନ ଯାହାଙ୍କୁ ପାକିସ୍ତାନୀ ସେନା ୨୦୧୯ ମସିହାରେ ୨ ଦିନ ପାଇଁ ନିଜ କବ୍ଜାକୁ ନେଇଯାଇଥିଲା । ଆଉ ପରେ ଅନେକ ଚେଷ୍ଟାରେ ତାଙ୍କୁ ଭାରତ ଫେରଇ ଅଣା ଯାଇଥିଲା ଜ୍ଝ ସେ ପୁଣି ପାକିସ୍ଥାନୀ ବିଜ୍ଞାପନରେ ସ୍ଥାନ ପାଇଛନ୍ତି କଥା ଶୁଣି କେମିତି ଅଖାଡୁଆ ଲାଗୁଛି ନା । ତେବେ ଆସନ୍ତୁ ପୁରା ଘଟଣା ବିଷୟରେ ଜାଣି ରଖିବା । ଭିଡିଓ ଟି ହାହେଉଛି ତାପଲ ଚାହା ପତିର ବିଜ୍ଞାପନ, ଏହି ଚାହା ପାକିସ୍ତାନର କରାଚୀ ସହରରେ ବିକ୍ରି ହୋଇଥାଏ ଜ୍ଝ ଆଉ ବିଜ୍ଞାପନର ଶେଷରେ ଚାହାର ଢ଼ୋକଟିଏ ନେଇ ଅଭିନନ୍ଦନ କହୁଛନ୍ତିକି, “ଟି ଇଜ ଫାଣ୍ଟାଷ୍ଟିକ, ଥ୍ୟାଙ୍କ ୟୁ ।”

ଅନେକ ଟ୍ୱିଟର ୟୁଜର ଭିଡିଓଟିକୁ ଅନେକ ସଂଖ୍ୟାରେ ସେୟାର କରୁଛନ୍ତି । ଅନେକ ସାମ୍ବାଦିକ ବି ଭିଡିଓକୁ ନିଜ ଭେରିଫଏଡ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି । କିନ୍ତୁ ଘଟଣାରେ ଆଉ ଏକ ଟ୍ଵିଷ୍ଟ ବି ଅଛି । ପ୍ରକୃତରେ ତାପଲ ଚାହା କମ୍ପାନୀ ଏମିତି କିଛି ବି ଭିଡିଓ ସେୟାର କରିନାହାନ୍ତି ଯେଉଁଥିରେ କି ବିଙ୍ଗ କମାଣ୍ଡର ଅଭିନନ୍ଦନ ଥିବେ । ପ୍ରକୃତରେ ଭିଡିଓଟିକୁ ଏଡିଟ କରାଯାଇଛି । ପ୍ରକୃତରେ ଅଭିନନ୍ଦନ ଚାହା ପିଉଥିବା ସମୟରେ ତାହାକୁ ଫାଣ୍ଟାଷ୍ଟିକ କହୁଥିବା ନେଇ ଏକ ଭିଡିଓ ଫେବୃଆରୀ ୨୭ ତାରିଖରେ ଭାଇରଲ ହୋଇଥିବା ଭିଡିଓର ଏକ ଭାଗ ଜ୍ଝ ସେହି ଦିନ ହିଁ ପାକିସ୍ତାନୀ ସେନା ଅଭିନନ୍ଦନଙ୍କୁ ନିଜ କବଜାକୁ ନେଇଥିଲେ । ପାକିସ୍ତାନର ଜଣେ ସାମ୍ବାଦିକ ହିଁ ଏହାକୁ ସେୟାର କରିଥିଲେ ଜ୍ଝ ଟ୍ୱିଟରରେ ଭିଡିଓ ଟିକୁ ସେୟାର କରି କ୍ୟାପ୍ସନରେ ଲେଖିଥିଲେ, “ଭାରତୀୟ ପାଇଲଟ । ବିଙ୍ଗ କମାଣ୍ଡର ଅଭି ଜ୍ଝ ପାକିସ୍ତାନୀ ସେନା ଜଣେ ପ୍ରଫେସନାଲ ସୈନିକ ଭଳି ଆପଣଙ୍କର ଧ୍ୟାନ ରଖିବେ । କାରଣ ଆମେ ଶାନ୍ତିକୁ ସମର୍ଥନ କରୁ ।”

ପାକିସ୍ତାନୀ ଚାହାର ବିଜ୍ଞାପନରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ
#dumantv#INDIA#ODISHA#pakistan#pakistan tea seller used abbhinandan pic#treanding news