ପାରା ଆଥଲେଟଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ା୧୧(ଡିକେ ନୁ୍ୟଜ): ସଦ୍ୟସମାପ୍ତ ହାଙ୍ଗଝୁ ପାରା ଏସୀୟ କ୍ରୀଡାରେଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପାରା ଆଥ୍ଲେଟପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ ପ୍ରଧାନଙ୍କୁ ଅର୍ଥ
ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିଛନ୍ତିମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାରାସଟଲର ପ୍ରମୋଦ ଭଗତଙ୍କୁ ୨ କୋଟି ଟଙ୍କାପୁରସ୍କାର ଦିଆଯାଇଥିବା ବେଳେ ଦୃଷ୍ଟିବାଧିତ
ଚେସ ତାରକା ସୌନ୍ଦର୍ଯ୍ୟ ପ୍ରଧାନଙ୍କୁ ଦେଢକୋଟି ଟଙ୍କା ପୁରସ୍କାର ଦିଆଯାଇଛି । ପାରାଏସୀୟ କ୍ରୀଡା ବ୍ୟାଡମିଣ୍ଟନରେ ପ୍ରମୋଦଭଗତ ଉଲ୍ଲେଖନୀୟ ସଫଳତା ହାସଲ
କରିଥିଲେ । ଗୋଟିଏ ସ୍ୱର୍ଣ୍ଣ ସହ ତିନିଟି ପଦକଜିତିଥିଲେ ଭଗତ । ଚେସରେ ସୌନ୍ଦର୍ଯ୍ୟପ୍ରଧାନ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟପଦକ ହାସଲ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ
ପଟ୍ଟନାୟକ ଦୁଇ ପାରା ଆଥଲେଟଙ୍କୁସେମାନଙ୍କ ପ୍ରଦର୍ଶନ ପାଇଁ ଉଚ୍ଚ ପ୍ରଶଂସା କରିବାସହ ଅଭିନନ୍ଦନ ଜଣାଇଛନ୍ତି । ସେମାନଙ୍କପ୍ରଦର୍ଶନରେ ସେ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ
କହିଛନ୍ତି । ଆଗାମୀ ପ୍ୟାରିସ ପାରା ଅଲିମ୍ପିକ୍ସପ୍ରସ୍ତୁତି ପାଇଁ ପ୍ରମୋଦ ଭଗତଙ୍କୁ ସମସ୍ତସହାୟତା ଦିଆଯିବ ବୋଲି ଆଶ୍ୱାସନାଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସୌନ୍ଦର୍ଯ୍ୟ ପ୍ରଧାନଙ୍କୁ
ମଧ୍ୟ ଆଗକୁ ସରକାର ସହାୟତା ଯୋଗାଇଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦୁଇପାରା ଆଥଲେଟଙ୍କୁ ସମ୍ବର୍ଦ୍ଧନାକାର୍ଯ୍ୟକ୍ରମରେ ୫-ଟି ଓ ନବୀନ ଓଡ଼ିଶା
ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତଥିଲେ । ଦୁଇ ଆଥଲେଟଙ୍କୁ ସେ ଶୁଭେଚ୍ଛାଜଣାଇଥିଲେ । ସହାୟତା ଓ ପ୍ରୋତ୍ସାହନପାଇଁ ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ ପ୍ରଧାନ
ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହଧନ୍ୟବାଦ ଜଣାଇଥିଲେ ।

#ParaAthileatic #Twosports # DumaniTv