ପୁନର୍ବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ

ଡୁମାଣୀ ଟିଭି ,୨୫/୩ : ଯୋଗୀ ଆଦିତ୍ୟନାଥ ଆଜି ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଗତକାଲି ଯୋଗୀ ଉତ୍ତରପ୍ରଦେଶରେ ବିଜେପିର ବିଧାୟକ ଦଳ ନେତା ଭାବେ ଚୟନ ହୋଇଥିଲେ . ଯୋଗୀଙ୍କ ଶପଥ ଗ୍ରହଣ ପାଇଁ ବିଶାଳ ଉତ୍ସବର ଆୟୋଜନ କରାଯାଇଛି। ଲକ୍ଷ୍ନୌ ସ୍ଥିତ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ଯୋଗୀ ଶପଥ ନେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ ବରିଷ୍ଠ ବିଜେପି ନେତା ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବିଜେପି ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ।
ଏଥିସହ ୬୦ ଶୀର୍ଷ ଶିଳ୍ପପତିଙ୍କୁ ଶପଥ ଗ୍ରହଣ ଉତ୍ସବ ପାଇଁ ନିମନ୍ତ୍ରଣ କରାଯାଇଛି। ଯୋଗୀ ବ୍ୟକ୍ତିଗତ ଭାବେ ଅଯୋଧ୍ୟା, ମଥୁରା ଏବଂ ବାରଣାସୀର ୫୦ ସାଧୁଙ୍କୁ ନିମନ୍ତ୍ରଣ କରିଛନ୍ତି। ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍ର ବରିଷ୍ଠ ସଦସ୍ୟ ମଧ୍ୟ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରିତ ହୋଇଛନ୍ତି। ବିଜେପି ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାପାଇଁ ‘କାଶ୍ମୀର ଫାଇଲ୍ସ’ ଟିମ୍କୁ ନିମନ୍ତ୍ରିତ କରାଯାଇଥିବା ସୂଚନା ମିଳିଛି .

ପୁନର୍ବାର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ
#DUMANITV#INDIA#news india#ODISHA#political news#yogi adityanath#yogi up cm for 2nd time