ପୁରୁଷୋତ୍ତମପୁର ପ୍ରସିଦ୍ଧ ପଞ୍ଚ ଠାକୁରାଣୀ ଯାତ୍ରା

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପ୍ରସିଦ୍ଧ ପଞ୍ଚ ଠାକୁରାଣୀ ଯାତ୍ରା ରେ ରବିବାରରେ ପୁରୁଷୋତ୍ତମପୁର ଅମୁଣିଆ ସାହିରେ ବେଶ ଆଡମ୍ବରରେ ମା ଙ୍କ ଆଳତୀ ସହିତ ମାଙ୍କୁ ସ୍ୱାଗତ ଜଣାଇ ଥିଲେ ସାହି ବାସିନ୍ଦା l ପାଞ୍ଚ ଠାକୁରାଣୀ କନକା, କାଳୁଆ, ତାରାତାରିଣୀ, କାଳୀ ଓ ଫୁଲସୁନ୍ଦରୀ ମା ସାହି ପରିକ୍ରମାରେ ଆସିଥିଲେ l ବାଣ ଶବ୍ଦରେ ସାହି ପୁରା କମ୍ପି ଯାଇଥିଲା l ସାହି ପକ୍ଷରୁ ମାଙ୍କୁ ଆଳତୀ କରିବା ସହିତ ମାଙ୍କ ପାଖରେ ଭୋଗ ରାଗ କରାଯାଇଥିଲା l ସାହି ପକ୍ଷରୁ 10000 ଲୋକ ମାନଙ୍କ ପାଇ ପ୍ରସାଦ ସେବନର କାଯ୍ୟକ୍ରମ କରାଯାଇ ଥିଲା l ମାଙ୍କୁ ପାଖରେ ପାଇ ସାହି ବାସିନ୍ଦା ମାନେ ପୁରା ଉତ୍ସବ ମୁଖର ହୋଇଯାଇଛନ୍ତି l ମାଙ୍କ ଯାତ୍ରା ସରିବା ଯେତେ ଦିନ ପାଖାଇ ପାଖାଇ ଆସୁଛି ସେତେ ଲୋକମାନଙ୍କର ଗହଳି ପରିଲକ୍ଷିତ ହଉଛି l