ପୁରୁଷ ହକି ବିଶ୍ଵକପ୍ କ୍ଵାର୍ଟର ଫାଇନାଲ୍ : ଆଜି ଇଂଲଣ୍ଡ – ଜର୍ମାନୀ, ନେଦରଲାଣ୍ଡ – କୋରିଆ ମୁକାବିଲା

ଭୁବନେଶ୍ଵର, ୨୫ ଜାନୁଆରୀ – ଚଳିତ ପୁରୁଷ ହକି ବିଶ୍ଵକପ୍ ର ତୃତୀୟ ଓ ଚତୁର୍ଥ କ୍ଵାର୍ଟର ଫାଇନାଲ୍ ଆଜି କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ । ତୃତୀୟ କ୍ବାର୍ଟରରେ ଇଂଲଣ୍ଡକୁ ଭେଟିବ ଜର୍ମାନୀ । ଅପରାହ୍ନ ୪ଟା ୩୦ ରେ ଏହି ମ୍ୟାଚ୍ ଆରମ୍ଭ ହେବ । ସେହିପରି ଚତୁର୍ଥ କ୍ବାର୍ଟର ଫାଇନାଲରେ ନେଦରଲାଣ୍ଡ ଓ କୋରିଆ ମଧ୍ୟରେ ମୁକାବିଲା ହେବ । ସଂନ୍ଧ୍ୟା ୭ଟା ରେ ଏହି ମ୍ୟାଚ୍ ଆରମ୍ଭ ହେବ । ଆସନ୍ତାକାଲି ନବମ ସ୍ଥାନ ପାଇଁ ଜାପାନକୁ ଭେଟିବ ଭାରତ ।