ପୁରୁଷ ହକି ବିଶ୍ଵକପ୍ -୨୦୨୩ : ଆଜି ଅଷ୍ଟ୍ରେଲିଆ- ସ୍ପେନ୍ ଓ ବେଲଜିୟମ୍-ନ୍ୟୁଜିଲାଣ୍ଡ ମୁକାବିଲା

ଭୁବନେଶ୍ଵର, ୨୪ ଜାନୁଆରୀ – ଚଳିତ ପୁରୁଷ ହକି ବିଶ୍ଵକପ୍ ର କ୍ଵାର୍ଟର ଫାଇନାଲ୍ ର ଦୁଇଟି ମ୍ୟାଚ୍ ଆଜି ଭୁବନେଶ୍ଵର କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ । ପ୍ରଥମ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ସ୍ପେନ୍ କୁ ଭେଟିବ । ଅପରାହ୍ନ ୪ଟା ୩୦ ରେ ଏହି ମ୍ୟାଚ୍ ଆରମ୍ଭ ହେବ । ସେହିପରି ଦ୍ଵିତୀୟ ମ୍ୟାଚ୍ ରେ ବେଲଜିୟମ୍-ନ୍ୟୁଜିଲାଣ୍ଡ ମୁକାବିଲା । ସଂନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ ।