ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଦୁର୍ଗାପୂଜାରେସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର ।ବିଭିନ୍ନ ପୂଜା ମଣ୍ଡପରେ ଭଳି କି ଭଳିତୋରଣ ସହ ଡେକୋରେସନ୍ ଲୋକଙ୍କୁକରୁଛି ଆକୃଷ୍ଟ । ମଣ୍ଡପଗୁଡିକରେ ପୂଜାଦେଖିବାକୁ ଲୋକଙ୍କ ଭିଡ ଲାଗୁଛି । ହେଲେମା’ଙ୍କ ଦର୍ଶନ ପାଇଁ ଆସୁଥିଲା ଶ୍ରଦ୍ଧାଳୁଙ୍କୁଲୁଟିବାକୁ ଭିଡ଼ରେ ବୁଲୁଛନ୍ତି ମହିଳା ଲୁଟେରାଗ୍ୟାଙ୍ଗ । ବମିଖାଲ ପୂଜା ମଣ୍ଡପ ନିକଟରୁ୪ ଜଣ ମହିଳାଙ୍କ ବେକରୁ ଲୁଟିଛନ୍ତି ୧୦ଭରି ଲେଖାଏଁର ୪ଟି ସୁନା ଚେନ୍ ।ଅଭିଯୋଗ ପରେ ପୋଲିସ ଘଟଣାରତଦନ୍ତ ଆରମ୍ଭ କରିଛି । ଅଭିଯୋଗଅନୁସାରେ, ରବିବାର ସକାଳ ପ୍ରାୟ ୧୦ଟା୩୦ରୁ ୧୦ଟା ୪୫ ମଧ୍ୟରେ ବମିଖାଲପୂଜା ମଣ୍ଡପ ପାଖରେ ସୁନା ଚେନ୍ ଲୁଟରଶିକାର ହୋଇଛନ୍ତି ୪ ଜଣ ମହିଳା । ମାତ୍ର୧୫ ମିନିଟରେ ଚୋରି କରି ଚମ୍ପଟମାରିଛନ୍ତି ମହିଳା ଲୁଟେରା ଗ୍ୟାଙ୍ଗ । ଚେନଚୋରି ପରେ ଭୋ ଭୋ ହୋଇ
ମହିଳାମାନେ କାନ୍ଦୁଥିବା ଦେଖିବାକୁମିଳିଥିଲା । ପୋଲିସର କଡ଼ା ସୁରକ୍ଷା ବଳୟଓ ସିସିଟିଭି ସର୍ଭିଲାନ୍ସରେ ପୂଜା ମଣ୍ଡପଅଞ୍ଚଳ ଥିବା ବେଳେ ଏପରି ଚୋରି ସମସ୍ତଙ୍କୁ
ଚକିତ କରିଛି । ଏ ନେଇ ପିସିଆରକୁଜଣାଇବା ପରେ ଛାନବିନ ଆରମ୍ଭହୋଇଛି । ଏକ ମହିଳା ଲୁଟେରା ଗ୍ୟାଙ୍ଗ ପୂଜାମଣ୍ଡପକୁ ଟାର୍ଗେଟ କରି ଏଭଳି କାଣ୍ଡ
ଘଟାଇଥିବା ସନେ୍ଦହ କରାଯାଉଛି । କାରଣପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଲୁଟବେଳେ ସେମାନେ କିଛି ମହିଳାଙ୍କୁଦେଖିଛନ୍ତି । ସେପଟେ ବମିଖାଲ ପୂଜା
ମଣ୍ଡପର କର୍ମକର୍ତ୍ତା ସିସିଟିଭି ଯାଞ୍ଚ କରିବାଆରମ୍ଭ କରିଛନ୍ତି । ହଜାର ହଜାରସଂଖ୍ୟାରେ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁଅଷ୍ଟମୀରେ ମଣ୍ଡପକୁ ଆସୁଛନ୍ତି ।
କମିଶନରେଟ ପୋଲିସ ମୁତୟନ କରିବାକୁକହିଥିବା ମହିଳା ପୋଲିସ ଏପର୍ଯ୍ୟନ୍ତ ପହଞ୍ଚିନଥିବାରୁ ଏଭଳି ଅଘଟଣ ଘଟୁଥିବାକହିଛନ୍ତି ପୂଜା କମିଟି ସମ୍ପାଦକ ।