ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ତଥାପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଗୁରୁତର ଅବସ୍ଥାରେ ଭୁବନେଶ୍ୱରରକେୟାର ହସ୍ପିଟାଲରେ ଚିକିତ୍ସାଧୀନଅଛନ୍ତି । ମହେଶ୍ୱର ମହାନ୍ତିଙ୍କ ସ୍ୱାସ୍ଥ୍ୟ
ଅବସ୍ଥା ନେଇ ହସ୍ପିଟାଲ ପକ୍ଷରୁ ସୂଚନାମିଳିଛି । ସେ ଏବେ ଆଇସିୟୁରେଚିକିତ୍ସିତ ହେଉଥିବା ବେଳେ ତାଙ୍କଅବସ୍ଥା ଗମ୍ଭୀର ରହିଛି । ମେଡିକାଲ୍ଟିମ୍ ତାଙ୍କର ଖୁବ୍ ଯତ୍ନ ନେଉଛନ୍ତି ଓ
ଅତ୍ୟନ୍ତ ଭଲ ସେବା ପ୍ରଦାନକରାଯାଉଛି । ଆମେ ସବୁଠୁ ଭଲଚିକିତ୍ସା ଯୋଗାଇ ଦେବାକୁ ଚେଷ୍ଟାକରୁଛୁ ବୋଲି ହସ୍ପିଟାଲ୍ ପକ୍ଷରୁ ଏକବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।ମହେଶ୍ୱର ମହାନ୍ତିଙ୍କୁ ଦେଖିବା ପାଇଁହସ୍ପିଟାଲରେ ପହଞ୍ଚିଛନ୍ତି ଅନେକବିଜେଡି ନେତା । ଅମର ପ୍ରସାଦଶତପଥୀ, ଉମା ସାମନ୍ତ ରାୟ, ରୁଦ୍ରମହାରଥୀ ଭଳି ପ୍ରମୁଖ ନେତାହସ୍ପିଟାଲରେ ଉପସ୍ଥିତ ହୋଇଥିବା
ସୂଚନା ରହିଛି । ଅନ୍ୟପଟେ ପୁଅସୁନୀଲ ମହାନ୍ତିଙ୍କ ପ୍ରତିକ୍ରିୟାରେ କହିଛନ୍ତି କି ଜଗନ୍ନାଥଙ୍କ ଆର୍ଶୀବାଦ ରହିଛି, ଲୋକଙ୍କ ଭଲ ପାଇବା ରହିଛି । ବାପାଙ୍କ ଦେହ ଭଲ
ହୋଇଯିବ । ଦୁଇ ଦିନ ପୂର୍ବରୁ ତାଙ୍କ ଦେହ ଖରାପ ହୋଇଥିବାରୁ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ମଙ୍ଗଳବାର ଶ୍ରୀ ମହାନ୍ତି ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସନ୍ଧ୍ୟାରେ ସେ ବଡ଼ଶଙ୍ଖ ଗଜଲକ୍ଷ୍ମୀ ପୂଜା କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଫେରିବା ପରେ ଅସୁସ୍ଥତା ଅନୁଭବ କରିଥିଲେ । ଦେହ ହାତ ଥରିବା ଆରମ୍ଭ କରିଥିଲା । ତାଙ୍କୁ
ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।ସୂଚନାଯୋଗ୍ୟ ଯେ ଶ୍ରୀ ମହାନ୍ତି ପ୍ରତି ମାସେ କି ଦୁଇ ମାସରେ ଥରେ ଭୁବନେଶ୍ୱରର ଏକ ଘରୋଇଡାକ୍ତରଖାନାକୁ ଯାଇ ସ୍ୱାସ୍ଥ୍ୟ ଅବସ୍ଥାଯାଞ୍ଚ କରିଥାନ୍ତି । ମାସେ ତଳେ ବି,ଅସୁସ୍ଥତା କାରଣରୁ ସେ ଏହି ଡାକ୍ତରଖାନାରେ ଭର୍ତ୍ତି ହେବା ସହ କିଛିଦିନ ଧରି ଚିକିତ୍ସିତ ହୋଇଥିଲେ ।