ପୋଲିସ ବାବୁଙ୍କ ଘରେ ଭିଜିଲାନ୍ସ ଚଢାଉ

ଜୟପୁର,୫ ହଜାର ଟଙ୍କା ଲାଞ୍ଚ ନେବା ସନ୍ଧେହରେ ଭିଜିଲାନ୍ସ ହାତରେ ଧରାପଡିଲେ ଜୟପୁର ଟାଉନ ଥାନା ଏ ଏସ୍‌ ଆଇ ଅନିଲ କୁମାର ନାୟକ । କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନା ଏଏସଆଇ ଅନିଲ କୁମାର ନାୟକ ଜଣେ ବ୍ୟକ୍ତିକୁ ଗାଡି ମୁକୁଳେଇବା ପାଇଁ ୫ ହଜାର ଟଙ୍କା ଜଣେ ଶୀତ କାଳୀନ ପୋଷାକ ତଥା କମ୍ବଳ ବ୍ୟବସାୟଙ୍କ ମାଧ୍ୟମରେ ଲାଞ୍ଚ ମାଗିଥିଲେ । ଉକ୍ତ ଗାଡିବାଲା କମ୍ବଳ ବ୍ୟବସାୟିଙ୍କୁ ୫ ହଜାର ଟଙ୍କା ଦେଇଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ଭିଜିଲାନ୍ସ ପକ୍ଷରୁ ଯୋଜନା ମୁତାବକ ଗାଡିଚାଳକଙ୍କୁ ରଙ୍ଗ ବୋଳା ହୋଇଥିବା ଟଙ୍କା ଦିଆଯାଇଥିଲା। ଏହି ସମୟରେ ଭିଜିଲାନ୍ସ ଦଳ ଆସି ଜୟପୁର ପୁରୁଣା ଏସଡିିଓ ଆବାସ ଗୃହ ନିକଟରେ ଥିବା କମ୍ବଳ ବ୍ୟବସାୟୀଙ୍କୁ ରଙ୍ଗବଳା ହୋଇଥିବା ଟଙ୍କାକୁ କେମିକାଲ୍‌ ପରୀକ୍ଷା କରି ରଙ୍ଗ ହତାରେ ବ୍ୟବସାୟୀଙ୍କୁ ଧରିବା ସହିତ ଲାଞ୍ଚ ନେବାରେ ସଂମ୍ପୃକ୍ତ ଥିବା ସନ୍ଦେହରେ ଜୟପୁର ଟାଉନ୍‌ ଥାନା ଏଏସ୍‌ଆଇ ଅନିଲ କୁମାର ନାୟକଙ୍କୁ ଜୟପୁର ଭିଜିଲାନ୍ସ ପକ୍ଷରୁ ପୁରୁଣା ଏସଡିିଓ ଆବାସରେ ଗରିଫ କରିଥିବା ଜଣାପଡିଛି। ଏହି ଘଟଣାରେ ଦୁଇ ଜଣ ସାକ୍ଷ୍ୟ ନିମନ୍ତେ ଜଣେ କନିଷ୍ଠ ଯନ୍ତ୍ରୀ ଏବଂ ଜଣେ କିରାଣୀଙ୍କୁ ରଖାଯାଇଛି। ବର୍ତମାନ ଏହି ଘଟଣାରେ ଭିଜିଲାନ୍ସ ଦଳ ପଚରାଉଚରା ଜାରୀ ରଖିଛନ୍ତି।

#Police#conducting #vigilance#house#dumanikhabar#Odisha