ପୌରନିର୍ବାଚନ କଣ ? କେଉଁଠି ଓ କେବେ ଆରମ୍ଭ ହେବ ? କିଏ କରିବ ବାଜିମାତ ?

ପୌରନିର୍ବାଚନ କଣ ? କେଉଁଠି ଓ କେବେ ଆରମ୍ଭ ହେବ ? କିଏ କରିବ ବାଜିମାତ ?

ଡୁମାଣୀ ଟିଭି,୧୮/୩ : ଏହି ପୌରନିର୍ବାଚନ ପୌରାଞ୍ଚଳର ଲୋକମାନେ ସିଧାସଳଖ ଭାବେନିଜ ଲୋକ ପ୍ରତିନିଧି ବାଛିଥାନ୍ତି । ମହାନଗର ନିଗମ ,ପୌରପାଳିକା,ବିଜ୍ଞାପିତ ଅଞ୍ଚଳ ପରିଷଦକୁ ନେଇ ସହରାଞ୍ଚଳରେ ପରିଷଦ ଗଠନ ହୋଇଥାଏ ।
କେଉଁଠି ଓ କେବେ ଆରମ୍ଭ ହେବ ?
ଚଳିତ ବର୍ଷର ନିର୍ବାଚନ କଟକ ,ଭୁବନେଶ୍ୱର,ବ୍ରହ୍ମପୁର ସମେତ ୪୭ଟି ମ୍ୟୁନିସପାଲଟି ଓ ୮୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ହେବ । ଏଥିପାଇ ୪ମୋଟ ୪୪୩୭ଟି ବୁଥ୍ ହୋଇିଛି । ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ମାର୍ଚ୍ଚ୨୪ରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ୨୬ରେ ଭୋଟ ଗଣିତି ହେବା ସହ ଫଳାଫଳ ମଧ୍ୟ ପ୍ରକାଶ କରାଯିବ । ଏଥର ପୌର ନିର୍ବାଚନରେ ଭୋଟରଙ୍କ ପାଇଁ ଇଭିଏମରେ ନୋଟା ଅପ୍ସନ ରହିବ ସହ ମତଦାନ ସେଣ୍ଟରରେ ଇଲୋକ୍ରେ୍ଟାନିକ୍ ଭୋଟଂ ମେସିନ ବ୍ୟବହାର କରାଯିବ 
କିଏ କରିବ ବାଜିମାତ ?

ଏବେ ଓଡିଶାରେ ଚାଲିଛି ନିର୍ବାଚନ ରୁତୁ । କିଛି ଦିନ ପୂର୍ବରୁ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଏବେ ରାଜ୍ୟର ବିଭିନ୍ନ ପୌର ପରିଷଦ ପାଇଁ ପ୍ରଚାର ଚାଲିଛି । ପଞ୍ଚାୟତ ନିର୍ବାଚନ ରେ ନବୀନଙ୍କ ନେତୃତ୍ୱରେ ୩୦ ଟି ଯାକ ଜିଲ୍ଲା ପରିଷଦ ବିଜେଡି ଅକ୍ତିଆର କରିଥିବା ବେଳେ ବିଜେପି ଓ କଂଗ୍ରେସ ପଛରେ ପଡିଛନ୍ତି । କାଁ ଭାଁ କେତୋଟି ବ୍ଲକକୁ ବିଜେପି ହାତକୁ ନେଈଥିବା ବେଳେ କଂଗ୍ରେସର ଅବସ୍ଥା ଶୋଚନୀୟ ହୋଇପଡିଛି । ଦେଶର ୫ଟି ରାଜ୍ୟର ଉପନିର୍ବାଚନରେ ଚାରିଟି ରାଜ୍ୟକୁ ବିଜେପି ଅକ୍ତିଆର କରିଥିବା ବେଳେ ମୋଦିଜୀଙ୍କ ନେତୃତ୍ୱ ଆହୁରି ଶକ୍ତିଶାଳି ହୋଇଛି । କିନ୍ତୁ ଓଡିଶାରେ ନବୀନଙ୍କ ନେତୃତ୍ୱ ଓ ଲୋକପ୍ରିୟତା ଆଗରେ ଉଭୟ କଂଗ୍ରେସ ଓ ବିଜେପି ପଛରେ ପଡିଛନ୍ତି । ରାଜ୍ୟ ବିଜେପିରେ ଅନ୍ତ କନ୍ଦଳ ଓ ଗୋଷ୍ଠି ବିବାଦରେ ଚରମସୀମାରେ ପହଞ୍ଚିଥିବା ବେଳେ କର୍ମୀଙ୍କ ମନୋବଳ ହ୍ରାସ ପାଇଛି । ଅପରାଜିତା ଓ ର୍ଧମେନ୍ଦ୍ରଙ୍କ ଗୋଷ୍ଠୀ ସାମ୍ନାସାମ୍ନୀ ହୋଇ ରହିଥିବା ବେଳେ ଅନ୍ୟାନ୍ୟ ନେତାଙ୍କ ଏକତା ଦେଖାଯାଉନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ଦିନକୁ ଦିନ ଦୁର୍ବଳ ହୋଇଯାଉଥିବା ବେଳେ ନେତା ଓ କର୍ମୀମାନେ ଦଳ ଛାଡୁଛନ୍ତି । ସାଧାରଣ ଜନତା ଗାନ୍ଧୀ ପରିବାରକୁ ପସନ୍ଦ କରୁନଥିବା ବେଳେ ରାଜ୍ୟରେ ନିରଞ୍ଜନଙ୍କ ନେତୃତ୍ୱକୁ କେହି ମାନୁନାହାନ୍ତି । ଅପର ପକ୍ଷରେ ଦୀର୍ଘ୨୨ ବର୍ଷ ଧରି ନବୀନଙ୍କ ଲୋକପ୍ରିୟତା କ୍ରମ ସହ ବଢିଚାଲିଛି । ଯାହା କି ଗତ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଛି । ଓଡିଶାର ମହିଳାମାନେ ବିଜେଡି ଓ ନବୀନଙ୍କ ପ୍ରତି ନିଜର ସମର୍ଥନ ଦୃଢ ଭାବରେ ରଖୁଥିବା ବେଳେ ଶ୍ରମିକ ଗୋଷ୍ଠୀ ମଧ୍ୟ ନବୀନଙ୍କୁ ନିଜର ନେତା ଭାବେ ମାନିନେଇଛନ୍ତି । ସେହିପରି ରାଜ୍ୟର ଚାଷୀ କୁଳ ମଧ୍ୟ ବିଜେଡିର ସମର୍ଥକ ପାଲଟିଛନ୍ତି । ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସାମାଜିକ ଓ ଅର୍ଥନୈତିକ ପ୍ରୋତ୍ସାହନ , ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସୁବିଧା ଓ ଚାଷୀମାନଙ୍କୁ କାଳିଆ ଯୋଜନାରେ ଅର୍ଥରାଶି ପ୍ରଦାନ ଯୋଗୁ ବିଜେଡି ଆଜି ନବୀନଙ୍କ ନେତୃତ୍ୱରେ ଆଗେଇ ଚାଲିଛି । ଆଗକୁ ସମସ୍ତ ପ୍ରକାର ଗାଡି ଚାଳକମାନଙ୍କୁ ଏକତ୍ରିତ କରି ସେମାନଙ୍କୁ ନିଜଆଡକୁ ନେବା ପାଇଁ ବିଜେଡି ଯୋଜନା ପ୍ରସ୍ତୁତ କରିସାରିଛି । ରାଜ୍ୟର ଯୁବଗୋଷ୍ଠୀ ପୂର୍ବରୁ ବିଜେପି ପ୍ରତି ନିଜର ସମର୍ଥନ ଦେଉଥିଲେ ମଧ୍ୟ ପରିବର୍ତିତ ପରିସ୍ଥିତିରେ ନବୀନଙ୍କୁ ସମର୍ଥନ ଦେଉଛନ୍ତି । ଆଗାମୀ ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନରେ ବିଜେଡି ଅଦ୍ଭୁତପୁର୍ବ ସଫଳତା ହାସଲ କରିବ ବୋଲି ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି । ନବୀନଙ୍କ ସ୍ୱଚ୍ଛ ଭାବମୁର୍ତ୍ତି ଓ ନିଷ୍କଳଙ୍କ ନେତୃତ୍ୱକୁ ନେଇ ବିଜେଡିର ରଣନିତିକାରମାନେ ଯେଉଁ ରଣନିତି ପ୍ରସ୍ତୁତ କରିଛନ୍ତି ସେଥିରେ ଉଭୟ ବିଜେପି ଓ କଂଗ୍ରେସ ପୌର ନିର୍ବାଚନରେ ବିଫଳତାର ସ୍ୱାଦ ଚାଖିବେ ବୋଲି ଜଣାପଡିଛି ।

ପୌରନିର୍ବାଚନ କଣ ? କେଉଁଠି ଓ କେବେ ଆରମ୍ଭ ହେବ ? କିଏ କରିବ ବାଜିମାତ ?173932687
##bjd#bjp#congress#election#election commision#municipal election#naveen pattnayak#odisha election#people