ପ୍ରାଥମିକ ଶିକ୍ଷକଙ୍କୁ ମିଳିବ ଟ୍ୟାବ୍

ଭୁବନେଶ୍ୱର, (ଡିକେ ନୁ୍ୟଜ୍):ପ୍ରାଥମିକ ଶିକ୍ଷାକୁ ଡିଜିଟାଲାଇଜେସନ୍କରିବାକୁ ରାଜ୍ୟ ସରକାର ଅଭିନବପଦକ୍ଷେପ ନେଇଛନ୍ତି । ଅନଲାଇନରେଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ପାଇଁ
ଶିକ୍ଷକମାନଙ୍କୁ ଟ୍ୟାବ୍ ଦେବାକୁ ନିଷ୍ପତ୍ତିନେଇଛନ୍ତି । ରାଜ୍ୟରେ ଥିବା ମୋଟ୯୬, ୭୧୮ ଶିକ୍ଷକଙ୍କୁ ଏହି ଟ୍ୟାବ୍ଦିଆଯିବା ପାଇଁ ଓଡ଼ିଶା ଶିକ୍ଷା କାର୍ଯ୍ୟକ୍ରମ
ପ୍ରାଧିକରଣ (ଓସେପା) ପକ୍ଷରୁ ପ୍ରକ୍ରିୟାଆରମ୍ଭ ହୋଇଛି । ଏହାଦ୍ୱାରା ୪୧,୪୪୭ ସ୍କୁଲ ଉପକୃତ ହେବ ବୋଲିଜଣାଯାଇଛି । ଶିକ୍ଷାଦାନ କ୍ଷେତ୍ରରେ
ଏହି ଟ୍ୟାବ୍ ଶିକ୍ଷକମାନଙ୍କୁ ବିଭିନ୍ନପ୍ରକାର ସହାୟତା କରିବ । ଏହାଜରିଆରେ ଶିକ୍ଷକମାନେ ପିଲାଙ୍କବୋଧଗମ୍ୟ ହେବା ଭଳି ବିଷୟବସ୍ତୁର
ଅଡିଓ-ଭିଡିଓ, ପାୱାର ପଏଣ୍ଟପ୍ରେଜେଣ୍ଟେସନ୍ ଓ ପିଡିଏଫ୍ ତିଆରିକରିପାରିବେ । ସେହିପରି ବିଦ୍ୟାଳୟଓ ଗଣଶିକ୍ଷା ବିଭାଗର ୟୁଟ୍ୟୁବ୍
ଚ୍ୟାନେଲରେ ଥିବା ପାଠ୍ୟ ବିଷୟବସ୍ତକୁଏହି ଟ୍ୟାବ୍ ଜରିଆରେ ଛାତ୍ରଛାତ୍ରୀଙ୍କୁପ୍ରଦର୍ଶିତ କରିପାରିବେ । ଏହାସହ”ଦୀକ୍ଷା’, “ମଧୁ’, ନିଷ୍ଠା ମଡ୍ୟୁଲ, ଇ-
ପାଠଶାଳା ପ୍ରଭୃତିରୁ ବିଷୟବସ୍ତୁ ନେଇଶିକ୍ଷାଦାନ କରିବାରେ ଏହି ଟ୍ୟାବ୍ଉପଯୋଗୀ ସାବ୍ୟସ୍ତ ହେବ । ସେହିପରିଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରକ୍ରିୟା
ଅନ୍ଲାଇନରେ ହେଉଥିବାରୁ ସେଦିଗରେ ମଧ୍ୟ ଶିକ୍ଷକଙ୍କୁ ସୁବିଧା ହେବ ।ଏହାସହ ଅନ୍ଲାଇନ୍ ବୈଠକ,ଉପସ୍ଥାନ, ଏମଡିଏମ୍ ତଥ୍ୟ ପରି
ଅନେକ ଅନ୍ଲାଇନ୍ କାର୍ଯ୍ୟ କରିବାକୁସେମାନେ ସୁଯୋଗ ପାଇପାରିବେ ।ହେଲେ ଶିକ୍ଷକମାନେ କୌଣସିବ୍ୟକ୍ତିଗତ କାର୍ଯ୍ୟରେ ଏହି ଟ୍ୟାବ୍
ବ୍ୟବହାର କରିପାରିବେ ନାହିଁ ।ମିଳିଥିବା ସୂଚନାନୁଯାୟୀ, ମୟୂରଭଞ୍ଜଜିଲ୍ଲାକୁ ସର୍ବାଧିକ ୭୫୫୪ଟି ଟ୍ୟାବ୍ପ୍ରଦାନ କରାଯିବ । ଜିଲ୍ଲା ଓ ବ୍ଲକୱାରୀ
ସମସ୍ତ ସ୍କୁଲ ଏବଂ ଶିକ୍ଷକଙ୍କ ନାମତାଲିକା ଓଡ଼ିଶା ଶିକ୍ଷା କାର୍ଯ୍ୟକ୍ରମପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ
କରାଯାଇଛି । ସମଗ୍ର ଶିକ୍ଷା ଅଭିଯାନପାଙଋିରୁ ୮ଇଞ୍ଚ ବିଶିଷ୍ଟ ଟ୍ୟାବ୍ ପ୍ରଦାନକରାଯିବ । ଏହି ଟ୍ୟାବ୍ ପ୍ରଦାନକରିବାକୁ ଏକ ଘରୋଇ ସଂସ୍ଥା ଓକାକ୍
ଦ୍ୱାରା ଚୟନ କରାଯାଇଥିବାଜଣାଯାଇଛି । ଟ୍ୟାବ୍ ବଣ୍ଟନ ପାଇଁ ବ୍ଲକଶିକ୍ଷା ଅଧିକାରୀମାନେ ଦିନ ଧାର୍ଯ୍ୟକରିବେ । ସମସ୍ତ ପ୍ରକ୍ରିୟାକୁ ଶୃଙ୍ଖଳିତ
କରିବାକୁ ଓସେପା ରାଜ୍ୟ ପ୍ରକଳ୍ପନିଦେ୍ର୍ଦଶକ ଅନୁପ ଶାହା ସମସ୍ତ ଜିଲ୍ଲାଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେଅବଗତ କରିଛନ୍ତି ।

#Bhubeneswar #PrimerTeacher #Tab # DumaniTv