ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିଦାୟ ନେଲେ ‘ବିଗ୍ ବସ୍’ ପ୍ରତିଯୋଗୀ ସନା ଖାନ୍ : ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଲେ ଏଭଳି କଥା… ସୋସିଆଲ ମିଡିଆରୁ ହଟାଇ ଦେଲେ ଫଟୋ ଓ ଭିଡିଓ

ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିଦାୟ ନେବେ ଟେଲିଭିଜନ ଅଭିନେତ୍ରୀ ତଥା ପୂର୍ବତନ ‘ବିଗ୍ ବସ୍’ ପ୍ରତିଯୋଗୀ ସନା ଖାନ୍ । ଏହାକୁ ନେଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରିଛନ୍ତି ସନା । ଗ୍ଲାମର ଦୁନିଆକୁ ବିଦାୟ ଦେବାର ନିଷ୍ପତ୍ତି ପଛରେ ଧାର୍ମିକ କାରଣ ଥିବା ସନା ଉଲ୍ଲେଖ କରିଛନ୍ତି ।

ସନା ତାଙ୍କ ପୋଷ୍ଟରେ କହିଛନ୍ତି ଯେ,  ମନୋରଞ୍ଜନ ଶିଳ୍ପ ତାଙ୍କୁ ‘ସମସ୍ତ ପ୍ରକାର ଖ୍ୟାତି, ସମ୍ମାନ ଏବଂ ଧନ’ ଦେଇଛି । କିନ୍ତୁ ସେ ହୃଦୟଙ୍ଗମ କରିଛନ୍ତି ଯେ ସେ ‘ଧନ ଏବଂ ଖ୍ୟାତି’ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ ନୁହେଁ । ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନଠାରୁ ସେ ‘ମାନବିକତାର ସେବା କରିବେ ଏବଂ ତାଙ୍କ ସୃଷ୍ଟିକର୍ତ୍ତାଙ୍କ ଆଦେଶ ପାଳନ କରିବେ’ । ସବୁଠାରୁ ବଡ କଥା ହେଉଛି କି, ସାନା ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ସୁଟ୍ ସମୟର ଅନେକ ଫଟୋ ଓ ଭିଡିଓ ଡିଲେଟ୍ ମଧ୍ୟ କରିଛନ୍ତି ।

Content Copy @ Kanak News