ବହୁ ଚର୍ଚ୍ଚିତ ବର୍ଷା-ଅନୁଭବ ମାମଲା । କଟକ ଫ୍ୟାମିଲି କୋର୍ଟ ରେ ଆଜି ହାଜର ହୋଇଛନ୍ତି ସାଂସଦ ଅନୁଭବ । କୋର୍ଟରେ ଦୁଇଦିନ ଧରି ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ରହିଥିବା କାରଣରୁ କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି । ସୂଚନା ମୁତାବକ ଆସନ୍ତା ୫ ଏବଂ ୬ ତାରିଖ ଦିଇଦିନ ଧରି କୋର୍ଟରେ ସାକ୍ଷ୍ୟ ଗ୍ରହଣ କରିଯିବା । ପୂର୍ବରୁ ଏହି ମାମଲା ଉପରେ ଏସଡିଜେଏମ୍ ଙ୍କ କୋର୍ଟ ରେ ଶୁଣାଣୀ ହୋଇଥିବା ବେଳେ ଅନୁଭବ ଦାୟର କରିଥିବା ଦୁଇଟି ପିଟିସନ ର ଶୁଣାଣୀ କରି କୋର୍ଟ ନିଜର ରାୟକୁ ସରଂକ୍ଷିତ ରଖିଥିଲେ । ବର୍ତମାନ ଆସନ୍ତା ଦୁଇଦିନ ସାକ୍ଷ୍ୟ ପ୍ରଧାନ ପ୍ରକ୍ରିୟା ରହିଥିବାରୁ ଅଦାଲତରେ ପହଂଚିଛନ୍ତି ଅନୁଭବ ।