ବନ୍ଧା ହେଲା ମାଷ୍ଟରମାଇଣ୍ଡ୍

କଟକ: କଟକରେ କୋଟି କୋଟି ଟଙ୍କାର ଜିଏସଟି ଠକେଇର ପର୍ଦ୍ଦାଫାଶ ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନା ମୁତାବକ ୫୧୦ କୋଟି ଟଙ୍କାର ଜିଏସ୍ଟି ଠକେଇ କାରବାର ଚାଲିଥିଲା । ୨୨ଟି ଜାଲ ସଂସ୍ଥା ନାଁରେ ଚାଲିଥିଲା ଏହି ଠକେଇ । ଏହି ଠକେଇ କାରବାରର ମାଷ୍ଟର ମାଇଣ୍ଡ୍ ସନ୍ଦୀପ ମହାନ୍ତିକୁ ବାଲିଅନ୍ତା ଅଞ୍ଚଳରୁ ଗିରଫ କରାଯାଇଛି । ଏ ସଂପର୍କରେ ଜିଏସ୍ଟି କମିଶନର ଏସ୍.କେ ଲୋହାନୀ ସୂଚନା ଦେଇଛନ୍ତି । ନିକଟରେ ଭୁବନେଶ୍ୱରସ୍ଥିତ ରାମ ମନ୍ଦିର ସାମ୍ନାରେ ଥିବା ଏକ ପଞ୍ଚତାରକା ହୋଟେଲରେ ଜିଏସ୍ଟି ଠକେଇ କାରବାର ଚାଲିଥିଲା । ଏହି ଠକେଇର ପର୍ଦ୍ଦାଫାଶ କରିଥିଲେ ଜିଏସ୍ଟି ଅଧିକାରୀ । ଏହି ଠକେଇ କାରବାରରେ ୩ ଜଣ ଜିଏସ୍ଟି ଅଧିକାରୀ ସମେତ ଜଣେ ବ୍ୟବସାୟୀ ସଂପୃକ୍ତ ଥିବା ଜିଏସ୍ଟି ଅଧିକାରୀ ସୂଚନା ଦେଇଥିଲେ । ଏହସହ ୧୦ ଲକ୍ଷ ଟଙ୍କା ଜବତ ମଧ୍ୟ କରାଯାଇଥିଲା ।