ରାଜ୍ୟରେ ବନ୍ୟା ସ୍ଥିତି ଯୋଗୁଁ ପ୍ରଶାସନ ତରଫରୁ କେତୋଟି ଜିଲ୍ଲା ମାନଙ୍କରେ ସ୍କୁଲ ବନ୍ଦ କରିବା ନେଇ ନିର୍ଦେଶ ଦିଆଯାଇଛି । ସେହିପରି ନିର୍ଦେଶ ଅନୁଯାୟୀ ଆଜି ଜଗତସିଂହପୁର ଜିଲ୍ଲାରେ କାଲି ପର୍ଯ୍ୟନ୍ତ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ବନ୍ଦ କରିବାକୁ ସବୁ ବିଇଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ପାଣି ପଶିଥିବା ବା ପଶିବା ସମ୍ଭାବନା ଥିବା ନେଇ ସ୍କୁଲକୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ତେବେ ସ୍କୁଲର ସମସ୍ତ ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ନୟାଗଡ଼ରେ ୩୨ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନୟାଗଡ଼ ଜିଲ୍ଲାର ୩ଟି ବ୍ଲକ୍ରେ ୩୨ ସ୍କୁଲ୍କୁ ୨ ଦିନ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ଆଜି ଓ ଆସନ୍ତାକାଲି ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଗଣିଆରେ ୧୧, ଖଣ୍ଡପଡ଼ାରେ ୨ ଓ ଭାପୁରରେ ୧୨ଟି ସ୍କୁଲ ବନ୍ଦ ରହିବ । ମାତ୍ର ସମ୍ପୃକ୍ତ ବିଦ୍ୟାଳୟରେ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହିବେ ।