ବାରାଣସୀରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ହେଲିକାପ୍ଟର ସହିତ ଧକ୍କା ହେଲା ପକ୍ଷୀ ,ପୋଲିସ୍ ଲାଇନ୍ ମୈଦାନରେ କରାଗଲା ଇମରଜେନ୍ସି ଲ୍ୟାଣ୍ଡିଂ

ବାରାଣସୀ  – ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକାପ୍ଟର ରବିବାର ଦିନ ଏଠାରେ ପୋଲିସ୍ ଲାଇନ୍ରେ ଇମରଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡ଼ିଲା । ହେଲିକାପ୍ଟର ଉଡ଼ିବା ଆରମ୍ଭ କରୁକରୁ ଏକ ପକ୍ଷୀ ଧକ୍କା ହେବାରୁ ଏହି ପରସ୍ଥିତି ଆସିଛି । ଏହି ସୂଚନା ଜିଲ୍ଲାଧିକାରୀ କୌଶଲ ରାଜ ଶର୍ମା ଦେଇଥିଲେ ।

ଜିଲ୍ଲାଧିକାରୀ ଶର୍ମାଙ୍କ ମୁତାବିକ ଏହାପରେ ମୁଖ୍ୟମନ୍ତ୍ରୀ ପୋଲିସ୍ ଲାଇନ୍ରୁ ସର୍କିଟ ହାଉସ୍ ଫେରିଛନ୍ତି । ହେଲିକାପ୍ଟରରେ ବାର୍ଡ଼ ହିଟ୍ ହୋଇଯାଇଥିଲା । ଏଥିପାଇଁ ସାବଧାନୀ ପୂର୍ବକ ଏହାର ଜରୁରୀକାଳୀନ ଅବତରଣ କରାଯାଇଛି ।